ଆମେରିକୀୟ ଅତିଥିଙ୍କୁ ନଚେଇ ଦେଲେ ଓଡ଼ିଶାର ଆଦିବାସୀ ପିଲା

Advertisment
ଆମେରିକୀୟ ଅତିଥିଙ୍କୁ ନଚେଇ ଦେଲେ ଓଡ଼ିଶାର ଆଦିବାସୀ ପିଲା

ଭୁବନେଶ୍ୱର: ବାଜୁଥିଲା ଆଦିବାସୀ ଗୀତ, ଆଉ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇଥିଲେ କିଛି ପିଲା | ନିଜର ସୁନ୍ଦର ନୃତ୍ୟରେ ବିଦେଶୀ ଅତିଥିଙ୍କୁ ସ୍ୱାଗତ କଲେ ଓ ବିଦେଶୀ ଅତିଥି ବି ପିଲାଙ୍କ ସହ ନୃତ୍ୟରେ ଝୁମିଛନ୍ତି | ପିଲାଙ୍କ ସହ ପାଦରେ ପାଦରେ ମିଳାଇ ବେଶ ଖୁସି ଅନୁଭବ କରିଛନ୍ତି ଓଡିଶାକୁ ଅତିଥି ଭାବେ ଆସିଥିବା ଆମେରିକାର କନସଲ ଜେନେରାଲ ଜୋଏଲ୍ ରେଫମ୍ୟାନ୍ |

publive-image

ହାଇଦ୍ରାବାଦସ୍ଥିତ ଆମେରିକା କନସୁଲେଟ୍ ଜେନେରାଲରେ ଅବସ୍ଥାପିତ କନସଲ ଜେନେରାଲ ଜୋଏଲ୍ ରେଫମ୍ୟାନ୍ କିସ୍ ଓ କିଟ୍ ପରିଦର୍ଶନ କରିବା ବେଳେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା | କନସଲ ଜେନେରାଲ ଜୋଏଲ୍ ରେଫମ୍ୟାନ୍ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି |

publive-image

ସେ କିଟ୍’ର ବିଭିନ୍ନ କ୍ୟାମ୍ପସ୍ ପରିର୍ଦଶନ କରିବା ସହ ଛାତ୍ରଛାତ୍ରୀଙ୍କୁ ସ‌ମ୍ବୋଧିତ କରି କହିଲେ, ଏହା ମୋର ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବା ବେଳେ କିସ୍ ବୁଲି ନିଜକୁ ଭାଗ୍ୟବାନ ବୋଲି ମନେକରିଛି। ସେହିପରି ମୁଖ୍ୟମନ୍ତ୍ରୀ ମଧ୍ୟ ଆଜି ଜୋଏଲଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି | ବିଶେଷ କରି ମେକ ଇନ ଓଡ଼ିଶାରେ କିଭଳି ଆମେରିକାର କମ୍ପାନୀମାନେ ସହଭାଗିତା ବଢ଼ାଇବେ ସେ ବାବଦରେ ଆଲୋଚନା କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe