କୋଭିଡ-୧୯ କଟକଣା ମଧ୍ୟରେ ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତାକାଲିଠୁ ଗୁରୁତ୍ୱପୂର୍ଣ୍ଣ ବୈଠକ

Advertisment

ଛତିଶା ନିଯୋଗ ଓ ସେବାୟତଙ୍କ ସହିତ କଥା ହେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଛତିଶା ନିଯୋଗ ଓ ସେବାୟତଙ୍କ ସହିତ କଥା ହେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଡିସେମ୍ବର ତୃତୀୟ ସପ୍ତାହରେ ଶ୍ରୀମନ୍ଦିର ଖୋଲିବାକୁ ପ୍ରସ୍ତୁତି, ଗଠିତ ହେଲା ଉଚ୍ଚସ୍ତରୀୟ କମିଟି

ପୁରୀ: କୋଭିଡ୍‌-୧୯ କଟକଣା ମଧ୍ୟରେ ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରକୁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବେଶ ନେଇ ଆସନ୍ତାକାଲିଠାରୁ ୬ ଦିନିଆ ବୈଠକ ଆରମ୍ଭ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଶ୍ରୀମନ୍ଦିରର ଛତିଶା ନିଜୋଗ, ସେବାୟତ ଓ ଅନ୍ୟ ହିତାଧିକାରୀଙ୍କ ସହିତ ଭିଡିଓ ବାର୍ତ୍ତା ଜରିଆରେ ଆଲୋଚନା କରିବେ।

ଏହି ୬ ଦିନିଆ ବୈଠକର ପ୍ରଥମ ପର୍ଯ୍ୟାୟର ଆଲୋଚନା ଆସନ୍ତାକାଲି ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ। ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅକ୍ଟୋବର ୧୨ରୁ ୧୬ ଯାଏଁ ଛତିଶା ନିଯୋଗ ଓ ସେବାୟତମାନଙ୍କ ସହିତ ଆଲୋଚନା କରିବେ।

ସୂଚନାଯୋଗ୍ୟ, କୋଭିଡ-୧୯ ଯୋଗୁଁ ମାର୍ଚ୍ଚ ୨୦ ତାରିଖଠାରୁ ଶ୍ରୀମନ୍ଦିର ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିଛି। କିନ୍ତୁ ମନ୍ଦିରରେ ନୀତିକାନ୍ତି ପୂର୍ବ ଭଳି ଜାରି ରହିଛି। ପୁରୀ ସହରକୁ ପର୍ଯ୍ୟଟକମାନଙ୍କର ଆଗମନ ହୋଇଛି। ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ବଢ଼ିଛି। ସେହିପରି ହୋଟେଲ ଶିଳ୍ପ ପୁଣି ଥରେ ମୁଣ୍ଡ ଟେକିବା ଆରମ୍ଭ କରିଛି।

ମହାମାରୀ  କରୋନା ଭାଇରସ୍‌ ପାଇଁ ମାସ ମାସ ଧରି ରାଜ୍ୟର ମନ୍ଦିରଗୁଡ଼ିକ ବନ୍ଦ ରହିଥିବା ବେଳେ ମନ୍ଦିର ଖୋଲିବା ନେଇ ସଂକେତ ଦେଇଛନ୍ତି ରାଜ୍ୟ ସରକାର। କିପରି କୋଭିଡ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗ ଅଧୀନରେ ଥିବା ଅନ୍ୟ ମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ସେ ବିଷୟରେ ଜଣାଇବାକୁ ଚିଠିରେ କହିଛନ୍ତି। ମନ୍ଦିର ପ୍ରଶାସନକୁ ସରକାରଙ୍କ ପକ୍ଷରୁ ଚିଠି ଜାରି‌ ହୋଇଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଏହି ମାମଲାର ସମସ୍ତ ହିତାଧିକାରୀଙ୍କ ସହ କଥା ହୋଇ ଆସନ୍ତା ୧୦ ଦିନ ମଧ୍ୟରେ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କିପରି କୋଭିଡ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ସେନେଇ ରିପୋର୍ଟ ଦାଖଲ କରିବ‌ାକୁ କୁହାଯାଇଛି।

ମନ୍ଦିର ଖୋଲିବା ଉପରେ ଦେବୋତ୍ତର କମିସନର ଚିତ୍ତରଞ୍ଜନ ମହାପାତ୍ର ନିଜର ପ୍ରତିକ୍ରିୟା ରଖି କହିଛନ୍ତି କି ‘କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଲାଯାଇ ପାରିବ। ସରକାର ଯେଉଁ ଗାଇଡଲାଇନ କରିବେ ଆମେ କାର୍ଯ୍ୟକାରୀ କରିବୁ । ଜିଲ୍ଲାପାଳମାନେ ରିପୋର୍ଟ ଦେଲା ପରେ ବିଚାର କରାଯିବ । ଆମ ଅଧୀନରେ ୧୮ହଜାର ମନ୍ଦିର ରହିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe