ବିଦ୍ୟୁତ୍ ବିଲ୍ ନଦେଇ ଗିରଫ, ଉପଭୋକ୍ତା ଛାନିଆ

Advertisment
କ୍ୟାପିଟାଲ କ୍ରାଇମ: ଦେଢ଼ ଟନ୍ ବିଦ୍ୟୁତ୍‌ ତାର ଜବତ, ୨ ଗିରଫ

ପଦ୍ମପୁର: ପଦ୍ମପୁର ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଦ୍ବାରା ବକେୟା ବିଲ୍‌ ଅସୁଲି କାମ ଚାଲିଛି। କେତେକ ସ୍ଥାନରେ ବିଦ୍ୟୁତ୍‌ କର୍ମଚାରୀମାନେ ରୋଷର ଶିକାର ହେଉଛନ୍ତି। ଆସିଷ୍ଟାଣ୍ଟ ଟେକ୍ନିକାଲ ଅଫିସର ଜ୍ୟୋତି ପ୍ରକାଶ ସାହୁ, ସହକର୍ମୀ ଶଶି ଭୂଷଣ ସାହୁ, ମାନସ ରଞ୍ଜନ ପ୍ରଧାନ, ଲବ ବିଭାର, ପ୍ରଦୀପ ଦୀପ, ସରୋଜ ଦୋରା ଓ ଅନ୍ୟମାନେ ଜଣେ ଉପଭୋକ୍ତାଙ୍କ ପାଖକୁ ଯାଇ ବକେୟା ବିଲ୍‌ ମାଗିଥିଲେ।

ମାତ୍ର ସେ ବିଲ୍‌ ଦେବାକୁ ମନା କରିବାରୁ ତାଙ୍କ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଥିଲେ। ବିଦ୍ୟୁତ ସଂଯୋଗ ଛିନ୍ନ ପରେ ଉପଭୋକ୍ତା ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏ ନେଇ ପଦ୍ମପୁର ଥାନାରେ ବିଦ୍ୟୁତ ବିଭାଗର ଲିଖିତ ଅଭିଯୋଗ ପରେ ପୁଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏଥିରେ ସଂପୃକ୍ତ ଅନ୍ୟ ଜଣେ ଫେରାର ଅଛନ୍ତି। ବିଦ୍ୟୁତ ବିଲ୍‌ ନ ଦେଇ ଗୋଳମାଳ କରିବା ପରିଣାମ ସ୍ବରୂପ ଜେଲ୍‌ ଯିବାକୁ ହେଉଛି। ତେଣୁ ଉପଭୋକ୍ତାଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe