ପୋକରା ଚାଉଳକୁ ନେଇ ଖାଉଟିଙ୍କ ଅସନ୍ତୋଷ

Advertisment
ଦୀର୍ଘ ୩୦ ବର୍ଷ ପରେ ଚୀନ୍‌ କିଣିବ ଭାରତ ଚାଉଳ

Exporters India

ରୂପସା/ବସ୍ତା : ସରକାରୀ ଖାଉଟି ଦୋକାନରୁ ମିଳୁଛି ପୋକରା ଓ ନାଲି ଚାଉଳ। ବସ୍ତା ବ୍ଲକ୍ ଭେଲୋରା ପଞ୍ଚାୟତ ବାଇତପଡା ଗ୍ରାମର କଣ୍ଟ୍ରୋଲ ଦୋକାନୀ ଦିଲ୍ଲୀପ ଦାସ ମହାପାତ୍ରଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ଖାଉଟି। ସୂଚନା ମୁତାବକ ଆଜି ଏହି ଦୋକାନରେ କଣ୍ଟ୍ରୋଲ ସାମଗ୍ରୀ ଦିଆଯିବା ସମୟରେ ନାଲି ପୋକରା ଚାଉଳ ଦେଖି ଖାଉଟି ନେବାକୁ ମନା କରିଥିଲେ। ଏଥିରେ କଣ୍ଟ୍ରୋଲ ଡିଲର ଶ୍ରୀ ମହାପାତ୍ର ଖାଉଟିମାନଙ୍କୁ ଦୁର୍ବ୍ୟବହାର କରିଥିବା ଗ୍ରାମର ସତ୍ୟବ୍ରତ ଜେନା, ପ୍ରତାପ ଜେନା, ଘନଶ୍ୟାମ ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି।

ପ୍ରକାଶଥାଉକି, ଏହି ପଞ୍ଚାୟତର ଅଧିକାଂଶ ଲୋକ ହରିଜନ ଓ ଆଦିବାସୀ ହୋଇଥିବା ବେଳେ ସେମାନେ ସରକାରଙ୍କଠାରୁ ମିଳୁଥିବା ଚାଉଳକୁ ନେଇ ନିଜର ପରିବାର ପ୍ରତିପୋଷଣ କରନ୍ତି। ଏ ସଂକ୍ରାନ୍ତରେ ଖାଉଟିମାନେ ବସ୍ତା ଯୋଗାଣ ବିଭାଗର ଅଧିକାରୀ ହେମକାନ୍ତ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ସୂର୍ଯ୍ୟନାରାୟଣ ସାହୁ, ବିଜେପି ବସ୍ତା ମଣ୍ତଳ ସଭାପତି ରଞ୍ଜନ କୁମାର ମହାନ୍ତି, ଅବସରପ୍ରାପ୍ତ ଏସ୍‌ପି ଅସିତ ମହାନ୍ତି ପ୍ରମୁଖ ନିମ୍ନମାନର ଖାଉଟି ସାମଗ୍ରୀକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବସ୍ତା ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ପାଇବା ପରେ ସେ ଖାଉଟିଙ୍କଠାରୁ ନାଲି ପୋକରା ଚାଉଳ ଫେରାଇ ନେଇ ଭଲ ଚାଉଳ ଦେଇଥିବା କଣ୍ଟ୍ରୋଲ ଡିଲର ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe