ଭିଜିଲାନ୍ସ ଜାଲରେ ଫସିଲେ ଯୋଗାଣ ବିଭାଗର ଅଧିକାରୀ

Advertisment
ଭିଜିଲାନ୍ସ ଜାଲରେ ଫସିଲେ ଯୋଗାଣ ବିଭାଗର ଅଧିକାରୀ

ଭୁବନେଶ୍ବର: ବଲାଙ୍ଗୀର ଯୋଗାଣ ବିଭାଗର ଚିଫ ସି.ଏସ.ଓ ଜି.ପ୍ରଭାକର ପାତ୍ର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ମିଲରଙ୍କ ବିଲ ଟଙ୍କା କରେଇ ଦେବା ପାଇଁ କହି ୧ ଲକ୍ଷ ୩୦ ହଜାର ଟଙ୍କା ନେଉଥିଲେ। ଆଜି ନୂଆ ଅଡର କରାଇଦେବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ।

ସୂଚନା ଅନୁଯାୟୀ ଆଗରୁ ମଧ୍ୟ ସେ ମିର୍ଲସଙ୍କଠୁ ପ୍ରତି ବସ୍ତା ପିଛା ୨୦ଟଙ୍କା ଦାବି କରି କୋଟି କୋଟି ଟଙ୍କା ନେବା ଅଭିଯୋଗ ରହିଥିଲା। ଏ ନେଇ ସ୍ଥାନୀୟ ଲୋକ ମଧ୍ୟ ଅସନ୍ତୁଷ୍ଟ ରହିଥିଲେ। ଆଜି ଏ ନେଇ ତୁଷୁରାର ଗଜାନନ ରାଇସ ମିଲର ମାଲିକ ଆଶିଷ ଶର୍ମା ସମ୍ବଲପୁର ଭିଜିଲାନ୍ସ ବିଭାଗରେ କରିଥିବା ଅଭିଯୋଗ ଅନୁସାରେ ସେ ଏଠୁ ଧରା ପଡ଼ିଥିଲେ। ଏକା ସାଙ୍ଗରେ ବଲାଙ୍ଗୀରର ଅଫିସ, ଭଡାଘର, ବ୍ରହ୍ମହପୁର ବୁଗୁଡ଼ାର ଘର ସହ ଭୁବନେଶ୍ୱରରେ ଥିବା ଦୁଇଟି ଆପଟାମେଣ୍ଟରେ ଚଢ଼ାଉ କରାଯାଇ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe