କଟକ : ରାଜ୍ୟ ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ଆର୍ଥିକ ଅନିୟମିତତା ଅଭିଯୋଗ ନେଇ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ରାଜ୍ୟ କମିଟି ପକ୍ଷରୁ ଦାୟର ମାମଲାର ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୫ରେ ହେବ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ସଂଗଠନ ସଂପର୍କିତ ତଥ୍ୟ ଦାଖଲ ପାଇଁ ଆବେଦନାକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ସଂଗଠନ ରାଜ୍ୟ କମିଟି ପକ୍ଷରୁ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ଦାୟର କରିଥିବା ମାମଲାକୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ପରିଚାଳନା କରୁଛନ୍ତି। ଏହି ମାମଲାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ, ନିର୍ଦ୍ଦେଶକ, କେନ୍ଦ୍ର ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଖାଉଟି କଲ୍ୟାଣ ପାଣ୍ଠିର ଅପବ୍ୟୟ ଅଭିଯୋଗ ମାମଲା : ସତ୍ୟପାଠ ଦାଖଲ ନିର୍ଦେଶ, ୨୫ରେ ଶୁଣାଣି
Advertisment
Follow Us