କଣ୍ଟିଲୋ ଓ ଏହାର ଆଖପାଖ ଅଞ୍ଚଳରେ ଉପଭୋକ୍ତାଙ୍କୁ ଶୋଷଣ କରୁଛି ଘରୋଇ କେବୁଲ୍‌ ଅପରେଟର୍‌ ସଂସ୍ଥା

Advertisment
କଣ୍ଟିଲୋ ଓ ଏହାର ଆଖପାଖ ଅଞ୍ଚଳରେ ଉପଭୋକ୍ତାଙ୍କୁ ଶୋଷଣ କରୁଛି ଘରୋଇ କେବୁଲ୍‌ ଅପରେଟର୍‌ ସଂସ୍ଥା

ityinfrastructure.com

ଖଣ୍ତପଡ଼ା : କଣ୍ଟିଲୋ ଓ ଏହାର ଆଖପାଖ ଅଞ୍ଚଳରେ କାର୍ଯ୍ୟ କରୁଥିବା ଘରୋଇ ଟିଭି କେବୁଲ୍‌ ଅପରେଟର ସଂସ୍ଥାର ଗ୍ରାହକ ସେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କେତେବେଳେ ସିଗନାଲ୍ ନାହିଁ ତ କେତେବେଳେ ମନପସନ୍ଦର ଚ୍ୟାନେଲ ମନଇଚ୍ଛା କାଟି ଦିଆଯାଉଛି ପୁଣି କେତେବେଳେ ଆବଶ୍ୟକତାଠାରୁ ଅଧିକ ବିଲ୍ ଟାଣି ନେଉଛି ସଂସ୍ଥା। ଏଭଳି ମାଳମାଳ ଅଭିଯୋଗ ନିତିଦିନିଆ ହୋଇଥିବା ବେଳେ ବିଲ୍ ଆଦାୟ କ୍ଷେତ୍ରରେ କିନ୍ତୁ ଆଦୌ ଅବହେଳା କରିନଥାନ୍ତି ସଂପୃକ୍ତ ସଂସ୍ଥାର କର୍ମକର୍ତ୍ତା। ମାସ ନ ପୂରୁଣୁ ବିଲ୍ ପ୍ରଦାନରେ ଯଦି ସାମାନ୍ୟ ବିଳମ୍ବ ହୁଏ ତେବେ ଟିଭି କେବୁଲର ସିଗନାଲ୍ କାଟି ଦିଆଯାଏ। ଫଳରେ ବାଧ୍ୟ ହୋଇ ବିଲ୍ ଭରିବାକୁ ପଡ଼ିଥାଏ ଉପଭୋକ୍ତାମାନଙ୍କୁ।

ଆହୁରି ପୁଣି ବିଦ୍ୟୁତ୍ କାଟ୍‌ ସମୟରେ ତଥା ଝଡ଼ବର୍ଷା କାରଣରୁ ମାସକୁ ୭୨୦ ଘଣ୍ଟାରୁ ପ୍ରାୟ ୨୦୦ ଘଣ୍ଟାରୁ ଅଧିକ ସମୟ ବିଭିନ୍ନ କାରଣରୁ ସିଗ୍‌ନାଲ୍‌ ଆସୁନଥିଲେ ମଧ୍ୟ ଉକ୍ତ ସଂସ୍ଥା ଧାର୍ଯ୍ୟ ବିଲ୍ ଉପଭୋକ୍ତାଙ୍କଠାରୁ ଦାବି କରିଥାଏ। ଏ ସମ୍ପର୍କରେ ଉକ୍ତ ସଂସ୍ଥାର ଗ୍ରାହକ ସେବା ଅଧିକାରୀଙ୍କୁ ଉପଭୋକ୍ତମାନେ ଫୋନ୍ କରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳୁନାହିଁ। ଗ୍ରାମା‌ଞ୍ଚଳ ଲୋକେ କେଉଁ ଫୋରମ୍‌ରେ ଅଭିଯୋଗ କରିବେ ଜାଣିପାରୁନଥିଲେ ମଧ୍ୟ ହଜାର ହଜାର ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ତେବେ ପ୍ରଶାସନ ଗ୍ରାହକ ଶୋଷଣ ନୀତି ଅବଲମ୍ବନ କରୁଥିବାରୁ ଏହି କେବୁଲ୍ ଅପରେଟର ସଂସ୍ଥା ବିରୋଧରେ ଅଙ୍କୁଶ ଲଗାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe