ବିଏସଏଫ ଦ୍ଵାରା କଣ୍ଟେନର ବୋମା ଉଦ୍ଧାର ଏବଂ ନିଷ୍କ୍ରିୟ

Advertisment
ବିଏସଏଫ ଦ୍ଵାରା କଣ୍ଟେନର ବୋମା ଉଦ୍ଧାର ଏବଂ ନିଷ୍କ୍ରିୟ

ବୈପାରିଗୁଡ଼ା: .କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ରାମଗିରିଠାରେ ଅବସ୍ଥାପିତ ୧୫୧ ବିଏସଏଫ ବାଟାଲିୟନ ଦ୍ଵାରା କଣ୍ଟେନର ବୋମା ଉଦ୍ଧାର କରାଯିବା ସହ ନିଷ୍କ୍ରିୟ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାମଗିରି ଠାରେ ଅବସ୍ଥାପିତ ୧୫୧ ବିଏସଏଫ ବାଟାଲିୟନକୁ ଗୋଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା ଯେ, ପୂଜାରୀପୁଟର ବିଶ୍ରାମଗାର ନିକଟରେ ମାଓବାଦୀମାନେ ଯବାନମାନଙ୍କୁ ଟାର୍ଗେଟ କରି ବୋମା ପୋତା ଯାଇଥିଲା। ମିଳିଥିବା ସୂଚନାକୁ ଆଧାର କରି ଯବାନମାନେ ସନ୍ଧାନୀ କୁକୁର ସାହାଯ୍ୟରେ କଣ୍ଟେନର ବୋମା ଉଦ୍ଧାର କରିବା ସହ ନିଷ୍କ୍ରିୟ କରାଯାଇଥିବା କମାଣ୍ଡଣ୍ଟ ଅଜୟ କୁମାର ପ୍ରକାଶ କରିଛନ୍ତି।

publive-imageଏଠାରେ ସ୍ମରଣଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସ ଆଠ ତାରିଖ ଦିନ ରାମଗିରି ପଞ୍ଚାୟତର ସିନ୍ଧିଆଗୁଡା ଜଙ୍ଗଲରେ ମଧ୍ୟ ମାଓବାଦୀ ଏକ ଗଛ ମୂଳରେ ଟିଫିନ୍ ବୋମା ଖଞ୍ଜି ଥିଲେ, ଯାହାକୁ ଯବାନମାନେ ନିଷ୍କ୍ରିୟ କରିଥିଲେ। ରାମଗିରିଠାରେ ଅବସ୍ଥାପିତ ବିଏସଏଫ ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏହିପରି କାଣ୍ଡ କରୁଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe