କଣ୍ଟେନମେଣ୍ଟ୍ ମୁକ୍ତ ହେଲା ରାଜଧାନୀ : ବମିଖାଲ, ସୂର୍ଯ୍ୟନଗର ଓ ସତ୍ୟନଗରରୁ ହଟିଲା କଣ୍ଟେନମେଣ୍ଟ୍

କଣ୍ଟେନମେଣ୍ଟ୍ ମୁକ୍ତ ହେଲା ରାଜଧାନୀ : ବମିଖାଲ, ସୂର୍ଯ୍ୟନଗର ଓ ସତ୍ୟନଗରରୁ ହଟିଲା କଣ୍ଟେନମେଣ୍ଟ୍

ଭୁବନେଶ୍ବର: ଆଜି ଭୁବନେଶ୍ବର ସହରର ସମସ୍ତ କଣ୍ଟେନମେଣ୍ଟ୍ ଜୋନ୍ ହଟାଇ ଦିଆଯାଇଛି। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏହି ଘୋଷଣା କରାଯାଇଛି। ଫଳରେ କଣ୍ଟେନମେଣ୍ଟ୍ ଜୋନ୍ ମୁକ୍ତ ହୋଇଛି ରାଜଧାନୀ।

ସୂଚନାଯୋଗ୍ୟ, କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପର୍ଯ୍ୟାୟ କ୍ରମେ ଭୁବନେଶ୍ବରର ବମିଖାଲ, ସୂର୍ଯ୍ୟନଗର ଓ ସତ୍ୟନଗରକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିଲା। ବୁଧବାର ବିଏମସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହି ତିନି ଅଞ୍ଚଳରୁ କଣ୍ଟେନମେଣ୍ଟ୍ ଜୋନ୍ ହଟାଇ ଦିଆଯାଇଥିବା ସୂଚନା ଦିଆଯାଇଛି। ତେବେ ଏହି ଅଞ୍ଚଳଗୁଡ଼ିକରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ସର୍ଭିଲାନ୍ସ ଜାରି ରହିବ ବୋଲି କୁହାଯାଇଛି। ଏହା ପୂର୍ବରୁ ରାଜଧାନୀର ଦୁଇ ସୀମାରେ ଥିବା ସୁନ୍ଦରପଦା ଓ ଯଦୁପୁରରୁ ଭୁବନେଶ୍ବର ମହାନଗର ନିଗମ କଣ୍ଟେନମେଣ୍ଟ୍ ହଟାଇ ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, ଏପ୍ରିଲ୍ ୨ ତାରିଖରେ ସୂର୍ଯ୍ୟନଗରକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିଲା  ବେଳେ ଏପ୍ରିଲ ୨ରେ ଓ ବମିଖାଲକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ସେହିପରି ଏପ୍ରିଲ ୮ ତାରିଖରେ ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ ସିଲ୍ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe