ଦୂଷିତ ପାଣି ବଢ଼ାଉଛି ଚିନ୍ତା: ୬ ଜିଲ୍ଲାରେ ବଢୁଛି ‘ହେପାଟାଇଟିସ୍‌ -ଏ’

ଦୂଷିତ ପାଣି ବଢ଼ାଉଛି ‘ହେପାଟାଇଟିସ୍‌ -ଏ’ ରୋଗ। ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳ ବା ଜିଲ୍ଲା ନୁହେଁ, ଭୁବନେଶ୍ବର, କଟକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ....

sscsccv

କଟକ: ଦୂଷିତ ପାଣି ବଢ଼ାଉଛି ‘ହେପାଟାଇଟିସ୍‌ -ଏ’ ରୋଗ। ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳ ବା ଜିଲ୍ଲା ନୁହେଁ, ଭୁବନେଶ୍ବର, କଟକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ ଭଳି ଜିଲ୍ଲାରେ ଏହି ରୋଗ କାୟାବିସ୍ତାର କରିବା ଏବେ ଚିନ୍ତାର କାରଣ ହୋଇଛି। ଏସ୍‌ସିବି ହେପାଟୋଲୋଜି ବିଭାଗର ତଥ୍ୟ ଅନୁଯାୟୀ ଏହି ସବୁ ଜିଲ୍ଲାରୁ ‘ହେପାଟାଇଟିସ୍‌ -ଏ’ ରୋଗରେ ଅଧିକ ଲୋକ ଆକ୍ରାନ୍ତ ହୋଇ ଏସ୍‌ସିବିକୁ ଚିକିତ୍ସା ପାଇଁ ଆସୁଛନ୍ତି। ତେବେ ଏସସିବିକୁ ଗୁରୁତର ଅବସ୍ଥାରେ ଆସିବା ପୂର୍ବରୁ ଲୋକେ ଝଡ଼ାଫୁଙ୍କା, ଚେରମୂଳି ଔଷଧକୁ ଗୁରୁତ୍ବ ଦେଉଛନ୍ତି। ଏହା ଏକ ଉଦ୍‌ବେଗର କାରଣ ବୋଲି କହିଛନ୍ତି ଏସ୍‌ସିବି ହେପାଟୋଲୋଜି ବିଭାଗର ଆସୋସିଏଟ୍‌ ପ୍ରଫେସର ଡାକ୍ତର ସନାତନ ବେହେରା। କଟକର ସିଡିଏ ଓ ଯାଜପୁରର ଦୁଇ ଜଣ ରୋଗୀ ଝଡ଼ାଫୁଙ୍କ‌ା ଓ ଚେରମୂଳି ଚିକିତ୍ସା କରି ବିଫଳ ହେବା ପରେ ଏବେ ଗୁରୁତର ଅବସ୍ଥାରେ ଏସସିବିକୁ ଆସିଛନ୍ତି ବୋଲି ଡାକ୍ତର ବେହେରା କହିବା ସହିତ ଏଥିପ୍ରତି ସଚେତନତା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି।

ଏବେ ବି ଚାଲିଛି ଝଡ଼ାଫୁଙ୍କା, ଚେରମୂଳି ଚିକିତ୍ସା

ଏସ୍‌ସିବି ହେପାଟୋଲୋଜି ବିଭାଗରେ ସପ୍ତାହକୁ ତିନୋଟି ଓପିଡି ହେଉଥିବାବେଳେ ହାରାହାରି ଭାବେ ୨୫ରୁ ୩୦ଜଣ ଚିକିତ୍ସା ପାଇଁ ଆସୁଛନ୍ତି। ଫଳରେ ମାସକୁ ପାଖାପାଖି ଶହେ ବା ତା’ଠାରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଏସ୍‌ସିବି ଆସୁଛନ୍ତି। ସେଥିରୁ ପାଖାପାଖି ୧୫‌ ଜଣଙ୍କ ଅବସ୍ଥା ଗୁରୁତର ରହୁଥିବାରୁ ସେମାନଙ୍କୁ ୱାର୍ଡରେ ଭର୍ତ୍ତି କରାଯାଉଛି। ଯେଉଁମାନେ ମଧୁମେହ, ଯକୃତ ସମସ୍ୟାରେ ପୂର୍ବରୁ ଆକ୍ରାନ୍ତ ସେମାନଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡୁଛି। ଯାହାଫଳରେ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଉଛି। ଏହି ରୋଗ ମାସକ ମଧ୍ୟରେ ଭଲ ହେବା କଥା। କିନ୍ତୁ ଏଭଳି ଝଡ଼ାଫୁଙ୍କା ଚିକିତ୍ସା ଦ୍ବାରା ରୋଗୀ ଗୁରୁତର ହୋଇପଡୁଛନ୍ତି। ସେମାନଙ୍କୁ ଭଲ ହେବାକୁ ୩ମାସରୁ ଅଧିକ ସମୟ ଲାଗୁଛି। ଭୁବନେଶ୍ବର, କଟକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ ଭଳି ଜିଲ୍ଲାର ପାଣି ଦୂଷିତ ହେଉଥିବାରୁ ଏହି ସବୁ ଅଞ୍ଚଳରେ ରୋଗୀଙ୍କ ସଂଖ୍ୟ‌ା ବଢୁଛି। ତେଣୁ ଏ ଦିଗରେ ଅଧିକ ସତର୍କତା ଓ ସଚେତନତା ଜରୁରୀ। କୌଣସି ଲୋକ ଏଭଳି ରୋଗରେ ଆକ୍ରାନ୍ତ ହେଲେ ପ୍ରଥମେ ଡାକ୍ତରଙ୍କ ପାଖକୁ ଯିବାକୁ ପ୍ରଫେସର ବେହେରା ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe