ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ଲୋକଙ୍କ ପାଇଁ ସଂକ୍ରମଣ ବଢୁଛି, ବସ୍ତି ଉପରେ ରହିଛି କଡା ନଜର : ବିଏମସି କମିସନର

Advertisment

କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ ହେଲା ଭୁବନେଶ୍ୱରର ୪ଟି ଅଞ୍ଚଳ

କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ ହେଲା ଭୁବନେଶ୍ୱରର ୪ଟି ଅଞ୍ଚଳ

ହଟସ୍ପଟ୍ ଜିଲ୍ଲାରୁ  ଆସୁଥିବା ଲୋକଙ୍କ ପାଇଁ ସଂକ୍ରମଣ ବଢୁଛି, ବସ୍ତି ଉପରେ ରହିଛି କଡା ନଜର : ବିଏମସି କମିସନର

ଭୁବନେଶ୍ବର: ବାହାର ଜିଲ୍ଲାରୁ ଲୋକ ଆସୁଥିବାରୁ ଭୁବନେଶ୍ବରରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶେଷ କରି ହଟସ୍ପଟ ଜିଲ୍ଲାରୁ ଲୋକେ ବିଭିନ୍ନ କାମରେ ଭୁବନେଶ୍ବର ଚାଲି ଆସୁଥିବାରୁ ରାଜଧାନୀରେ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଫଳରେ ୧୦ ଦିନରେ ୩୧୦ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି। ଏ ମଧ୍ୟରୁ କେବଳ ୬୧ ଜଣଙ୍କୁ ବିଭିନ୍ନ ଡକ୍ତରଖାନାରୁ ଚିହ୍ନଟ କରାଯାଇଛି। ଏ ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ |

ସଙ୍ଗରୋଧରେ ଥିବା ଲୋକମାନଙ୍କର କୋଭିଡ-୧୯ ରିପୋର୍ଟ ନେଗେଟିଭ ଆସିବା ପରେ ଏବେ ଭୁବନେଶ୍ଵରର ୪ଟି ଅଞ୍ଚଳକୁ କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ କରାଯାଇଛି |କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ ହୋଇଥିବା ଅଞ୍ଚଳ ମଧ୍ୟରେ ରହିଛି ମଞ୍ଚେଶ୍ବରସ୍ଥିତ ବ୍ଲୁହୁଇଲ ହସ୍ପିଟାଲ, ମଞ୍ଚେଶ୍ୱରର ଏକ ଶିଳ୍ପ, ଲକ୍ଷ୍ମୀବଜାର ବସ୍ତି ଏବଂ ସୁବାସନଗର ବସ୍ତି | ଏହି ୪ଟି ସ୍ଥାନରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇ ଦିଆଯିବା ସହ ଅନ୍ୟ ଲୋକମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଥିଲା | ଏବେ ସେମାନଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିବା ପରେ ୪ଟି ଅଞ୍ଚଳକୁ କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ କରାଯାଇଛି |

ବ୍ଲୁହୁଇଲ ହସ୍ପିଟାଲରୁ ମୋଟ ୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ ଏବଂ ୨ଜଣ ପ୍ରାଣ ହରାଇଥିଲେ | ପ୍ରାଣ ହରାଇଥିବା ୨ଜଣ ରୋଗୀ ବ୍ଲୁହୁଇଲ ହସ୍ପିଟାଲରେ କରୋନା ଦ୍ୱାରା ଆକ୍ରାନ୍ତ ହେବା ପୂର୍ବରୁ ଚିକିତ୍ସିତ ହେଉଥିଲେ ବୋଲି ଜଣା ପଡିଛି | ୪୩ଜଣ ଚିହ୍ନଟ ପରେ ତାଙ୍କର ସଂସ୍ପର୍ଶରେ ଆସିଥିବା ୨୫୦ଜଣ ହସ୍ପିଟାଲ୍ କର୍ମଚାରୀଙ୍କୁ ସଙ୍ଗରୋଧରେ ରଖାଯାଇଥିଲା | ପରେ ସେମାନଙ୍କ ସ୍ୱାବ ନମୁନା ପରୀକ୍ଷା କରାଯିବ ପରେ ରିପୋର୍ଟ ନେଗେଟିଭ ଆସିଥିଲା |

ସେହିଭଳି ମଞ୍ଚେଶ୍ୱରର ଏକ ଇଣ୍ଡଷ୍ଟ୍ରିରୁ ୩୮ଜଣ ଲୋକ କରୋନା ଆକ୍ରାନ୍ତ ହେବା ପରେ ଇଣ୍ଡଷ୍ଟ୍ରିକୁ ସିଲ କରାଯାଇ ୮୭ଜଣଙ୍କୁ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଥିଲା | ଚିକିତ୍ସା ପରେ ବର୍ତ୍ତମାନ ୩୮ଜଣ ସୁସ୍ଥ ହୋଇଯାଇଥିବା ବେଳେ ସଙ୍ଗରୋଧରେ ଥିବା ୮୭ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି |

publive-image

ଦୁଇଟି ବସ୍ତି ଅଞ୍ଚଳ ଲକ୍ଷ୍ମୀବଜାର ଏବଂ ସୁବାସ ନଗରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ୍‌ ଜୋନ୍‌ କରାଯାଇଥିଲା | ଡୁମୁଡୁମା ନିକଟସ୍ଥ ସୁବାସନଗର ବସ୍ତିରେ ୬ଜଣ ଲୋକ କରୋନା ଆକ୍ରାନ୍ତ ହୋଇଥିଲେ | ଚିକିତ୍ସିତ ହେବା ପରେ ଏବେ ୬ଜଣ ସୁସ୍ଥ ହୋଇଯାଇଛନ୍ତି | ୬ଜଣ କରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିବା ପରେ ସୁବାସନଗର ବସ୍ତିକୁ କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା କରାଯିବା ସହ ୫୪ଟି ଘରକୁ କଣ୍ଟେନମେଣ୍ଟ୍‌ କରାଯାଇଥିଲା | ୧୪ଦିନିଆ ଆକ୍ଟିଭ ସର୍ଭିଲାନ୍ସ କରାଯାଇ ୧୮୨ ଲୋକଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା, ଯାହା ପରେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିଲା | ରିପୋର୍ଟ ନେଗେଟିଭ ଆସିବା ପରେ ଏବେ ସୁବାସ ନଗର ବସ୍ତି କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ ହୋଇଛି |

ଗତକାଲି ଲକ୍ଷ୍ମୀବଜାର ବସ୍ତିକୁ ମଧ୍ୟ କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ କରାଯାଇଛି | ଏହି ବସ୍ତିରୁ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ | ଚିକିତ୍ସିତ ହେବା ପରେ ଏବେ ୯ଜଣ ସୁସ୍ଥ ହୋଇଯାଇଛନ୍ତି | ୯ଜଣ କରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିବା ପରେ ସୁବାଶନଗର ବସ୍ତିକୁ କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା କରାଯିବା ସହ ୬୩ଟି ଘରକୁ କଣ୍ଟେନମେଣ୍ଟ୍‌ କରାଯାଇଥିଲା| ୧୪ ରାଉଣ୍ଡ ଆକ୍ଟିଭ ସର୍ଭିଲାନ୍ସ କରାଯାଇ ୧୦୮ ଲୋକଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା, ଯାହା ପରେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିଲା | ରିପୋର୍ଟ ନେଗେଟିଭ ଆସିବା ପରେ ଏବେ ଲକ୍ଷ୍ମୀବଜାର ବସ୍ତି କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ ହୋଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe