ଲଗାଣ ବର୍ଷାରେ କାନ୍ଥ ଭାଙ୍ଗିଲା, ଛପର ଧରାଶାୟୀ

Advertisment
ଲଗାଣ ବର୍ଷାରେ କାନ୍ଥ ଭାଙ୍ଗିଲା, ଛପର ଧରାଶାୟୀ

ଆନନ୍ଦପୁର: ଘସିପୁରା ବ୍ଲକ୍ ବରିପାଳ ପଞ୍ଚାୟତ ରାଇପୁର ଗ୍ରାମରେ ଗତକାଲି ରାତିରେ ଅଜୟ ଜେନାଙ୍କ ଚାଳଘର ଭୁଶୁଡ଼ି ପଡିଛି। ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାତ୍ର ଅଜୟଙ୍କ ମା’ଙ୍କ ଗୋଡ଼ରେ ଆଘାତ ଲାଗିଛି। ଅଜୟଙ୍କ ଘରର କାନ୍ଥ ଅତି ଦୟନୀୟ ଅବସ୍ଥାରେ  ଥିଲା।

ଏହି ଘରେ ଅଜୟ, ତାଙ୍କ ପତ୍ନୀ, ବାପାମା’ ଶୋଇଥିଲେ। ଲଗାଣ ବର୍ଷାଯୋଗୁ ମାଟିକାନ୍ଥ ବିପଜ୍ଜନକ ଅବସ୍ଥାରେ ରହିଥିବାବେଳେ ଗତକାଲି ରାତିରେ ହଠାତ୍ ଭୁଶୁଡ଼ି ପଡିଥିଲା। ଚିତ୍କାର ଶୁଣି ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ। କାନ୍ଥ ଭୁଶୁଡ଼ିବା ଯୋଗୁ ଘରର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି। ପରିବାର ଲୋକେ ଏବେ ଗ୍ରାମର ଏକ ପିଣ୍ଡାରେ ଆଶ୍ରୟ ନେଇଛନ୍ତି। ସ୍ଥାନୀୟ ଆରଆଇ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ଏକ ପଲିଥିନ୍ ପ୍ରଦାନ କରିଛନ୍ତି। ଅଜୟଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ସହିତ ସରକାରୀ ଆବାସ ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe