କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଆଜି ସୃଷ୍ଟି ହେବ ଲଘୁଚାପ, ସପ୍ତାହେ ଯାଏ ରାଜ୍ୟରେ ବର୍ଷା

Skymet Weather

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ପୋଲ ଓ ରାସ୍ତା ଧୋଇଯିବା ଯୋଗୁଁ ଲୋକ ବହୁ ଅସୁବିଧା ଭୋଗୁଛନ୍ତି। ବର୍ତ୍ତମାନ ବର୍ଷା ଯୋଗୁ ଚାଷୀ ଚାଷ ପାଇଁ ଅନୁକୂଳ ହେବ ବୋଲି ଆଶା ବାନ୍ଧିଛନ୍ତି। ଉଭୟ ଜଳସେଚିତ ଅଞ୍ଚଳ‌ ଓ ଅଣଜଳସେଚିତ ଅଞ୍ଚଳରେ ଏହି ବର୍ଷା ସୁହାଇବ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି।

ପ୍ରକାଶ ଯେ, ବୁଧବାର ଭବାନୀପାଟଣା ବ୍ଲକରେ ୩୦ ମିମି ଓ ଗୁରୁବାର ୬ ମିମି ବର୍ଷା ରେକର୍ଡ କରାଯାଇଛି। କେସିଙ୍ଗାରେ ବୁଧବା‌ର ୬୯.୮ ମିମି ଓ ଗୁରୁବାର ୧୮.୪ ମିମି, କର୍ଲାମୁଣ୍ଡା ବ୍ଲକରେ ୨୫.୨ ମିମି ଓ ୩୨.୨ ମିମି, ମଦନପୁର ରାମପୁର ବ୍ଲକରେ ୩୦ ମିମି ଓ ୨୮ ମିମି, ନର୍ଲା ବ୍ଲକରେ ୩୬ ମିମି ଓ ୧୯ ମିମି, ଲାଞ୍ଜିଗଡ଼ ବ୍ଲକରେ ୨୭.୪ ମିମି ଓ ୪.୬ ମିମି, ଥୁଆମୂଳ ରାମପୁର ବ୍ଲକରେ ୨୬ ମିମି ଓ ୧୫ ମିମି, ଧର୍ମଗଡ଼ ବ୍ଲକରେ ୫୯ ମିମି ଓ ୩.୨ ମିମି, ଜୁନାଗଡ଼ ବ୍ଲକରେ ୩୬ ମିମି ଓ ୨ ମିମି, କଲମପୁର ବ୍ଲକରେ ୧୦.୩ ମିମି ଓ ୮.୩ ମିମି, ଜୟପାଟଣା ବ୍ଲକରେ ୭ ମିମି ଓ ୨ ମିମି, କୋକସରା ବ୍ଲକରେ ୫୩ ମିମି ଓ ୨ ମିମି, ଗୋଲାମୁଣ୍ଡା ବ୍ଲକରେ ବୁଧବାର ୭୪ ମିମି ଓ ଗୁରବାର ୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଜଳ ପତ୍ତନ ବୃଦ୍ଧି ପାଇଥିବାବେଳେ ବୁଧବାର ହାତୀ ନଦୀରେ ୧୪ କ୍ୟୁମେକ୍ସ ପାଣି ମଙ୍ଗଳପୁର ବ୍ୟାରେଜରୁ ଛଡ଼ା‌ ଯାଇଥିଲା।

ବର୍ତ୍ତମାନ ବର୍ଷା ଆସିବା ଯୋଗୁଁ ଚାଷ କାର୍ଯ୍ୟ ଆଗକୁ ବଢ଼ିବ ବୋଲି ଚାଷୀ ଆଶା ବାନ୍ଧିଛନ୍ତି। ଗତ ଜୁନ ମାସରେ ବର୍ଷା ଅଭାବ ଯୋଗୁଁ ଚାଷୀ ମୁଣ୍ଡରେ ଭାଲେଣି ପଡ଼ିଥିଲା। ବର୍ତ୍ତମାନ ବର୍ଷା ଯୋଗୁଁ ରୁଆ ବେଉଷଣ କାର୍ଯ୍ୟ ପାଇଁ ଅନୁକୂଳ ହେବ ବୋଲି ଚାଷୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପୋଲ ଓ ରାସ୍ତା ଧୋଇ ଯାଇଥିବା ସୂଚନା ମିଳିଛି। ଧର୍ମଗଡ଼-ଜୁନାଗଡ଼ ରାସ୍ତାରେ ହାଲେରଜୋର ଠାରେ ଡାଇଭରସନ ରାସ୍ତା ଧୋଇଯିବା ‌ଫଳରେ ଯାତାୟତ ବ୍ୟାହତ ଘଟିଥିଲା। ଥୁଆମୂଳ ରାମପୁର ବ୍ଲକରେ ବର୍ଷା ଆସିବା ପରେ ବର୍ତ୍ତମାନ ଝାଡାବାନ୍ତି ରୋଗ ବ୍ୟାପିବାରେ ଲାଗିଛି। ଏଥିଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡ଼ିଛି। ବର୍ଷା ଯୋଗୁଁ ଆଗକୁ ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe