ଲଗାଣ ବର୍ଷା: ବାଲିଯୋରୀ ନାଳରେ ନିର୍ମିତ ‌ପୋଲର ଧୋଇନେଲା ମାଟି  

Advertisment
ଲଗାଣ ବର୍ଷା: ବାଲିଯୋରୀ ନାଳରେ ନିର୍ମିତ ‌ପୋଲର ଧୋଇନେଲା ମାଟି  

ରିଆମାଳ: ଲଘୁଚାପ ଜନିତ ବର୍ଷା ଯୋଗୁଁ ରିଆମାଳ ବ୍ଲକ୍‌ ନାଉଲିପଡା ପଞ୍ଚାୟତ ବାଲିଯୋରୀ ନାଳ ଉପରେ ନିର୍ମାଣଧୀନ ପୋଲରୁ ମାଟି ଧୋଇନେଇଛି। ଫଳରେ ଲୋକେ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚଳିତ ବର୍ଷ ପଞ୍ଚାୟତ ପକ୍ଷରୁ ଏହି ଗ୍ରାମକୁ ରାସ୍ତା ସହ ପୋଲ ନିର୍ମାଣ କରାଯାଇଥିଲା।

ଏହି ନାଳର ଦୁଇ ଖଣ୍ଡିର ପ୍ରସ୍ତ ଯେତିକି ଅଛି ଏଠାରୁ ବଡ଼ ପୋଲ ନିର୍ମାଣ ହେବା କଥା। ମାତ୍ର ଛୋଟ ପୋଲ କରି ନିମ୍ନମାନର କାର୍ଯ୍ୟ ଯୋଗୁଁ ଏପରି ଅବସ୍ଥା ହୋଇଥିବା ଜନସାଧାରଣରେ ପ୍ରକାଶ ପାଉଛି। ଏହି ରାସ୍ତା ଉପରେ ଛୋଟ ବଡ଼ କିଛି ଗ୍ରାମର ୧୨୦ ରୁ ଅଧିକ ପରିବାର ନିର୍ଭର କରନ୍ତି। ପୋଲ ନିକଟରୁ ଧୋଇହୋଇ ଯାଇଥିବାରୁ ନେଇଥିବାରୁ ସେମାନଙ୍କୁ କଙ୍କରଖୋଳ ଦେଇ ଆହୁରି ୮/୯ କିମି ବୁଲିବାକୁ ପଡୁଛି। ତୁରନ୍ତ ଏହାରେ ଏକ ବଡ଼ପୋଲ ନିର୍ମାଣ ପାଇଁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe