ଲଗାଣ ବର୍ଷାରେ ଘର ଭାଙ୍ଗିଲା, ୩ ଆହତ

Advertisment
ଲଗାଣ ବର୍ଷାରେ ଘର ଭାଙ୍ଗିଲା, ୩ ଆହତ

ହରିଚନ୍ଦନପୁର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗତକାଲି ମଧ୍ୟରାତିରେ ହରିଚନ୍ଦନପୁର ବ୍ଲକ୍‌ ତେନ୍ତଳାପଶି ପଞ୍ଚାୟତ ବଡ଼କମଣ୍ଡରା ଗ୍ରାମର ସୁଦର୍ଶନ ନାଏକଙ୍କ ଦୁଇ ବଖରା ଅଜବେଷ୍ଟସ ଘର ଭାଙ୍ଗିଯାଇଛି। ଘରେ ଶୋଇଥିବା ଶ୍ରୀ ନାଏକ, ତାଙ୍କ ପତ୍ନୀ ଗୀତାଞ୍ଜଳି (୪୦) ଏବଂ ପୁଅ ରାଜା (୧୨)  ଆହତ ହୋଇଛନ୍ତି।

ସମସ୍ତଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ହୋଇ ସେମାନେ ଘରକୁ ଫେରିଛନ୍ତି। ଅନ୍ୟପକ୍ଷରେ ଘର ଭାଙ୍ଗିଯିବା ପରେ ଶ୍ରୀ ନାଏକଙ୍କ ପରିବାର ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ  ଆବାସ ଯୋଜନାର ଘର ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe