ବିପୁଳ ପରିମାଣର ଗଂଜେଇ ଗଛ ନଷ୍ଟ କଲା ପୁଲିସ

Advertisment
ବିପୁଳ ପରିମାଣର ଗଂଜେଇ ଗଛ ନଷ୍ଟ କଲା ପୁଲିସ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ଇଦିକୋଣ୍ଡା ଘାଟି ଉପରେ ଥିବା ସଂରକ୍ଷିତ ଜଂଗଲ ଅଂଚଳରେ ବେଆଇନ ଭାବରେ ଲଗାଯାଇଥିବା ବିପୁଳ ପରିମାଣର ଗଂଜେଇ ଗଛକୁ ନଷ୍ଟ କରିବାରେ ସଫଳ ହୋଇଛି ପୁଲିସ ଟିମ। ବେଆଇନ ଭାବରେ ଏହି ଜଂଗଲରେ ଲଗାଯାଇଥିବା ପ୍ରାୟ ୨୮୦୦ ଗଂଜେଇ ଗଛକୁ ଏମଭି-୭୯ ପୁଲିସ ଓ ଡ଼ିଭିଏଫ ଟିମ କାଟି ନଷ୍ଟ କରିଦେଇଥିବାର ଜଣାପଡ଼ିଛି। ଏମଭି-୭୯ ଥାନା ଅଧିକାରୀ ସୁବାଷ ଚନ୍ଦ୍ର କରକରାଙ୍କ ନେତୃତ୍ୱରେ ଏସଆଇ ରାଜେନ୍ଦ୍ର ପାଂଗୀ, ଏଏସଆଇ ଗିରଶ ସାରକାଙ୍କ ସମେତ ମାଲକାନଗିରିରୁ ଆସିଥିବା ଡ଼ିଭିଏଫ ଯବାନମାନେ ଏହି ଅଭିଯାନରେ ସାମିଲ ଥିଲେ।

publive-image

ଇଦିକୋଣ୍ଡା ଘାଟି ଉପରେ ଥିବା ପାହାଡ଼ିଆ ସ୍ଥାନରେ ପ୍ରାୟ ଅଢ଼େଇ ଏକର ସ୍ଥାନରେ ଏହି ବିପୁଳ ପରିମାଣର ଗଂଜେଇ ଗଛ ବେଆଇନ ଭାବରେ ଲଗାଯାଇଥିଲା । କୌଣସି ସୂତ୍ରରୁ ଖବର ପାଇବାପରେ ଗତକାଲି ଏହି ପୁଲିସ ଟିମ ଏହି ଜଂଗଲକୁ ଯାଇ ଏହି ସବୁ ଗଂଜେଇ ଗଛକୁ କାଟି ନଷ୍ଟ କରିବାରେ ସଫଳ ହୋଇଥିଲେ । ଗଂଜେଇ ଗଛ ଗୁଡ଼ିକରେ ଫୁଲ ଆସିବା ସମୟ ହୋଇଥିବାବେଳେ ଆଉ କିଛି ଦିନ ଗଲାପରେ ଏଥିରେ ଗଂଜେଇ ଅମଳ କରାଯାଇଥାନ୍ତା । ତେବେ ଅମଳ ପୂର୍ବରୁ ପୁଲିସ ଟିମ ଏହି ବିପୁଳ ପରିମାଣର ଗଂଜେଇ ଗଛକୁ ନଷ୍ଟ କରିଦେଇଥିବାବେଳେ ଏହା ଗଂଜେଇ ମାଫିଆଙ୍କୁ ଏକ ଶକ୍ତ ଝଟକା ହୋଇଛି । ମାଜିଷ୍ଟ୍ରେଟ ଚଇନୁ ଗଣ୍ଡଙ୍କ ଉପସ୍ଥିତିରେ ଏହି ସବୁ ଗଂଜେଇ ଗଛଗୁଡ଼ିକୁ ପୁଲିସ ନଷ୍ଟ କରିଦେଇଥିଲେ ମଧ୍ୟ ଏଥିରେ ସଂପୃକ୍ତ କାହାରିକୁ ଗିରଫ କରାଯାଇପାରିନଥିବାର ଜଣାପଡ଼ିଛି । ଏ ସଂପର୍କରେ ଏମଭି-୭୯ ଥାନାରେ କେସନଂ ୧୭ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଥିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe