ସବୁଜ ଜହର ଉପରେ ଚଢ଼ଉ: ଝାରସୁଗୁଡ଼ାରେ ଗଂଜେଇ ସହ ଗୁଳି-ବନ୍ଧୁକ, ରଣପୁରରେ ଦାମୀ କାର ଜବତ

ସବୁଜ ଜହର ଉପରେ ଚଢ଼ଉ: ଝାରସୁଗୁଡ଼ାରେ ଗଂଜେଇ ସହ ଗୁଳି-ବନ୍ଧୁକ, ରଣପୁରରେ ଦାମୀ କାର ଜବତ

ଝାରସୁଗୁଡା/ରଣପୁର: ବେଆଇନ ଚୋରା ଗଂଜେଇ ଚୋରା ଚାଲାଣ ଉପରେ ଉଭୟ ପୁଲିସ ଓ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି। ଚଢ଼ଉ ସମୟରେ ଗୁଳି ବନ୍ଧୁକ ଓ କାର୍‌ ଜବତ ହୋଇଛି।  ଝାରସୁଗୁଡା ଥାନା ଅନ୍ତର୍ଗତ ପୁରୁଣାବସ୍ତି ଲୁହୁରାପଡା ଅଞ୍ଚଳରେ ବେଆଇନ ନିଶା କାରବାର ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଚଢ଼ାଉ କରିଛି। ଏହି ଘଟଣାରେ ପୁଲିସ ୨୫ କିଲୋ ୮୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ଏକ ସିଙ୍ଗଲ ସଟ ଦେଶୀ ବନ୍ଧୁକ ଓ ୮ଟି ଜୀବନ୍ତ ଗୁଳି ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୪ ହଜାର ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ପୁଲିସ ଉତ୍ତର ପ୍ରଦେଶର ବାଲିଆର ସୁରେନ୍ଦ୍ର ସିଂ(୫୪)କୁ ଗିରଫ କରି ପଚରାଉଚରା ଚଳାଇଥିବା ଏସଡ଼ିପିଓ ନିର୍ମଳ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେପଟେ ଅଭିଯୁକ୍ତ ଏହି ଗଞ୍ଜେଇ ବୌଦ୍ଧରୁ ଆଣି ଏଠାରେ ବିକ୍ରି କରୁଥିବା ପୁଲିସ ସୂଚନା ଦେଇଛି।

publive-image

ଅନ୍ୟପଟରେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ଉ ବେଳେ ଦୁଇ ଗଞ୍ଜେଇ ଚୋରାଚାଲାଣକାରୀ ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ୩୮କିଲୋ ଗଞ୍ଜେଇ ସହ ଏକ ଦାମୀ କାର ଓ ସ୍କୁଟି ଜବତ ହୋଇଛି। ସେମାନେ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଡିମିରିଗୁଡ଼ା ଗାଁର ମଳୟ ଗପ୍ତା (୨୭) ଓ ଜି ଉଦୟଗିରି ଥାନା ଅନ୍ତର୍ଗତ ରୁଧାଙ୍ଗିଆ ଗାଁର ଯୁସେନ୍ ନାୟକ (୨୯)।  ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ସୁନାଖଳା ଠାରେ ଗାଡିଗୁଡିକ ଅଟକାଇ ତନଖି କରୁଥିବାବେଳେ ଏକ ଇଣ୍ଡିଗୋ ସେଠାରେ ପହଞ୍ଚିଥିଲା। ଯାଞ୍ଚ କଲା ‌ବେଳେ କାର୍‌ ଭିତରୁ ଗଂଜେଇ ମିଳିଥିଲା। ଜବତ କାର୍‌ (ଓଡି୦୨ ଏବି ୦୩୪୮)ରୁ ୨୮କିଲୋ ଗଞ୍ଜେଇ ଜବତ ହୋଇଥିଲା।  ସେହିଭଳି ଅବକାରୀ ଟିମ୍‌ ରଣପୁର ଥାନା ଅଧିନସ୍ଥ ବାଉଁଶଗଡ ଠାରେ ଏକ ସ୍କୁଟି (ଓଡି ୩୩ଏଜି ୯୨୯୯)ରୁ ୧୦ କିଲୋ ଗଞ୍ଜେଇ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe