ଫିରିଙ୍ଗିଆ: ବେଆଇନ ଗଞ୍ଜେଇ ଚାଲାଣ ବେଳେ ଗୋଛାପଡା ପୁଲିସ ୩ଟି ବାଇକ୍ ସମେତ ୧ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି। ତେବେ ଚଢ଼ଉ ବେଳେ ପୁଲିସକୁ ଚକମା ଦେଖାଇ ମାଫିଆ ମାନେ ଚମ୍ପଟ ହେବାରେ ସକ୍ଷମ ହୋଇଛନ୍ତି। ସୂଚନା ଅନୁସାରେ ଟକେରିଗୁଡ଼ା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ପାଇଁ ପ୍ରସ୍ତୁତି ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରିଥିଲା। ପୁଲିସକୁ ଦେଖି ମାଫିଆ ମାନେ ବାଇକ୍ ଛାଡ଼ି ଚମ୍ପଟ ମାରିଥିବା ବେଳେ ପୁଲିସ ଚୋରା ଚାଲାଣ ହେଉଥିବା ଗଞ୍ଜେଇ କୁ ଜବତ କରିଛି। ଏ ସଂକ୍ରାନ୍ତରେ ଗୋଛାପଡା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ଚାଲାଣ ପୂର୍ବରୁ କ୍ବିଣ୍ଟାଲେ ଗଞ୍ଜେଇ ଜବତ
Advertisment
Follow Us