ଅଭିଯୁକ୍ତକୁ ଧରିବା ପାଇଁ କନ୍ଧମାଳ ଆସି ନିଜେ ଅଭିଯୁକ୍ତ ପାଲଟିଲା କର୍ଣ୍ଣାଟକ ପୁଲିସ, ୧୭ କିଲୋ ଗଂଜେଇ ଜବତ

ପୁଲିସ ବନାମ ପୁଲିସ : ଗୃହରକ୍ଷୀ ବିଦା, ବଦଳିଲେ ମହିଳା ଏଏସଆଇ

Image Courtesy of Times of India

କ.ନୂଆଗାଁ: ଅଭିଯୁକ୍ତକୁ ଧରିବାକୁ ଆସି ନିଜେ ଅଭିଯୁକ୍ତ ପାଲଟିଛି ପୁଲିସ। କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଅଞ୍ଚଳରୁ କୌଣସି ଏକ ମାମଲାରେ ଅଭିଯୁକ୍ତକୁ ଧରିବାକୁ ଆସି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୁଲିସ ବାଙ୍ଗାଲୁରୁ ପୁଲିସର ଜଣେ ହେଡ଼ କନେଷ୍ଟବଳ ଆର ରବିକୁ ଗିରଫ କରିଥିବା ସୂଚନା ମିଳିଛି। ପୁଲିସ ତାଙ୍କ ନିକଟରୁ ଯାଞ୍ଚ ବେଳେ ୧୭ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହା ସହ ବାଙ୍ଗାଲୁରୁ ପୁଲିସ ସହ ଆସିଥିବା ୩ ତିନିଜଣ ପୁଲିସ ଇମଫର୍ମରକୁ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ସାଙ୍ଗଗଡ଼ ଥାନା ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ପୁଲିସ ଇନଫର୍ମର ମାନେ ହେଲେ ବାଙ୍ଗାଲୁରୁରେ ରହୁଥିବା ସ୍ଥାନୀୟ ଅଞ୍ଚଳର ଆପା ରାଓ, ଜୟନ୍ତ ପାତ୍ର, ଓ ନରେଶ ପ୍ରଧାନ। ଆଉ ଜଣେ ପୁଲିସ ଇନଫର୍ମର ହେମନ୍ତ ପ୍ରଧାନ ‌ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଏହି ଘଟଣାରେ ପୁଲିସ କେସ ନଂ ୧୩୨/୨୩ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ବଧୁଲିକା ବିଶ୍ଵାଳ କହିଛନ୍ତି।
ସୂଚନା ପ୍ରକାରେ ବାଙ୍ଗାଲୁରୁ ପୁଲିସର ୫ ଜଣିଆ ଟିମ୍‌ ସମେତ ୪ଜଣ ପୁଲିସ ଇନଫର୍ମରକୁ ନେଇ ସାରଙ୍ଗଗଡ଼ ଆସିଥିଲେ। ହେଲେ ୪ ଜଣ ପୁଲିସ ବ୍ରହ୍ମପୁରରେ ରହିଥିବା ବେଳେ ହେଡ଼ କନେଷ୍ଟବଳ ଆର ରବିଙ୍କ ୪ ଜଣ ସ୍ଥାନୀୟ ଇନଫର୍ମରକୁ ନେଇ ବସ୍ ଯୋଗେ କନ୍ଧମାଳ ଆସିଥିଲେ। ହେଲେ ଆଜି ସନ୍ଧ୍ୟାରେ ଗୁଟିଙ୍ଗିଆ ରାସ୍ତାରେ ବ୍ରହ୍ମପୁର ଫେରିବା ପାଇଁ ବସ୍‌କୁ ଅପେକ୍ଷା କରିଥିବା ବେଳେ ସେହି ରାସ୍ତାରେ ପାଟ୍ରୋଲିଂ ପାଇ ଯାଉଥିବା ପୁଲିସକୁ ଦେଖି ଜଣେ ଦୌଡ଼ିଥିଲା। ଏଥିରେ ପୁଲିସର ସନ୍ଦେହ ହେବାରୁ ପିଛା କରି ସେମାନଙ୍କୁ କାବୁ କରିବା ସହ ଧରିଥିବା ବ୍ୟାଗ୍‌କୁ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ୪ଟି ବ୍ୟାଗ୍‌ରେ ୧୭ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଥିବା ଝଣାପଡ଼ିବା ପରେ ସମସ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଫେରାର ଅଭିଯୁକ୍ତ ହେମନ୍ତକୁ ଧରିବା ପାଇଁ ଉଦ୍ରମ ଚଳାଇଥିବା ଘୁ.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe