ବିହାର-ବେଙ୍ଗାଲୁରୁକୁ କନ୍ଧମାଳ-ନବରଂଗପୁରରୁ ୬ କୁଇଣ୍ଟାଲରୁ ଊର୍ଦ୍ଧ୍ବ ଗଂଜେଇ ଚାଲାଣ

Advertisment
ବିହାର-ବେଙ୍ଗାଲୁରୁକୁ କନ୍ଧମାଳ-ନବରଂଗପୁରରୁ ୬ କୁଇଣ୍ଟାଲରୁ ଊର୍ଦ୍ଧ୍ବ ଗଂଜେଇ ଚାଲାଣ

କନ୍ଧମାଳ/ନବରଂଗପୁର: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଓ ନବରଂଗପୁର ଜିଲ୍ଲାରୁ ବିହାର ଓ ବେଙ୍ଗାଲୁରୁକୁ ଗଂଜେଇ ଚାଲାଣ ହେଉଛି। ପୁଲିସ ଆଜି ଏହା ଖୁଲାସା କରିଛି। ପୁଲିସ ଆଜି ପ୍ରାୟ ୬ କୁଣ୍ଟାଇଲରୁ ଅଧିକ ଗଂଜେଇ ଜବତ କରିଥିବା ଜଣାଯାଇଛି। ଏଥି ସହିତ ବାହନ, ମୋବାଇଲ, ଏଟିଏମ୍‌ କାର୍ଡ ଜବତ କରିଛି।

କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ପୁଲିସ ଗତକାଲି ୫ କୁଇଣ୍ଟାଲ ୧୫ କିଲୋ ଗଂଜେଇ ଜବତ କରିଛି। ଜବତ ହୋଇଥିବା ଗଂଜେଇର ମୂଲ୍ୟ ୧୦ ଲକ୍ଷ ୩୦ ହଜାର ଟଙ୍କା ହେବ। ୮ ଜଣ ଅଭିଯୁକ୍ତ ଗଂଜେଇ ଚାଲାଣ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୫ ଜଣ ଉଷାଗାଡ଼ୁ ଗାଁର। ଅନ୍ୟ ଅଭିଯୁକ୍ତ ବେଙ୍ଗାଲୁରୁ ସହରରୁ ଆସିଥିଲା। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ବେଙ୍ଗାଲୁରୁକୁ ଗଂଜେଇ ଚାଲାଣ ହେଉଥିଲା।

ସେହିପରି କୌଣସି ଏକ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ପୋଲ ନିକଟରେ ଲାଗିଥିବା ଚେକ ପଏଣ୍ଟ ନିକଟରେ ଏକ ପଶ୍ଚିମବଙ୍ଗ ନମ୍ବର ଥିବା ଜାଇଲୋ ଗାଡିକୁ ଅଟକାଇ ଯାଞ୍ଚ କରିବାବେଳେ ଗାଡିର ସିକ୍ରେଟ ଚାମ୍ବର ମଧ୍ୟରେ ଏକ କ୍ୟୁଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଥିବା ଜଣାପଡିଥିଲା, ଯାହାର ଅନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ପୁଲିସ ଗଞ୍ଜେଇ ଭରା ଗାଡିକୁ ଜବତ କରିବା ସହ ଗଞ୍ଜେଇ ଚାଲାଣ କରୁଥିବା ବିହାର ରାଜ୍ୟର ବନସର ଥାନା ଅଂଚଳର ହରିଶଙ୍କର ପାସୱାନ ଓ ସାଙ୍କତ ଅଲି ନାମକ ଦୁଇ ବ୍ୟକ୍ତି କୁ ଅଟକ ରଖିବାସହ ଚାଲାଣ କାରୀଙ୍କ ୩ ଟି ମୋବାଇଲ, ଦୁଇଟି ଏଟିଏମ କାର୍ଡ ଓ ଦୁଇ ହଜାର ନଗଦ ଟଙ୍କା ଜବତ କରିଛି l ଦୁଇଜଣ ଗଞ୍ଜେଇ ଚାଲାଣକାରୀ କୋରାପୁଟ ଜିଲ୍ଲା ଜୟପୁରରୁ ଗଞ୍ଜେଇ ବୋଝେଇ କରି ନବରଙ୍ଗପୁର ରାସ୍ତା ଦେଇ ବିହାର ରାଜ୍ୟକୁ ନେଉଥିବା କହିଛନ୍ତି l ନବରଙ୍ଗପୁର ପୁଲିସ ଅଭିଯୁକ୍ତଙ୍କୁ ଥାନାରେ ରଖି ତଦନ୍ତ ଚଳାଇଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe