ଇରିଗେସନ୍ କଲୋନିରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ

Advertisment
ଇରିଗେସନ୍ କଲୋନିରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଇରିଗେସନ କଲୋନିର ଏକ ଘର ପାଖରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଏବଂ ମାଉଜର ଜବତ କରିଛି ପୁଲିସ। ସହରର ଏହି ଘର୍ ଭିତରେ ଗଞ୍ଜେଇ ମାଫିଆମାନେ ଭଡ଼ାରେ ରହୁଥିବା ଜଣାପଡ଼ିଛି। ୬ ଜଣ ଦୁର୍ବୁତ୍ତ ରହିଥିବା ବେଳେ ଏମାନେ ଏକ ପିକ୍‌ଅପ୍‌ରେ ଗଞ୍ଜେଇ ବସ୍ତା ଲୋଡ଼ କରି ଏସବୁ ରାଜ୍ୟ ବାହାରକୁ ଚାଲାଣ କରିବା ପାଇଁ ଯୋଜନା କରୁଥିଲେ। ଏତିକି ବେଳେ ପୁଲିସର ଚଢ଼ଉ ହୋଉଥିଲା। ପୁଲିସକୁ ଦେଖି ଛତ୍ର ଭଙ୍ଗ ଦେଲେ ସମସ୍ତ ଦୁର୍ବୃତ୍ତ।

publive-image

କୋରାପୁଟ ଏସ୍‌ପି, ଜୟପୁର ଏସ୍‌ଡିପିଓ ବୋରିଗୁମ୍ମା ଏସ୍‌ଡିପିଓ ଥାନା ଅଧିକାରୀ ଖିରେଶ୍ୱର ସାହୁ ପ୍ରମୁଖ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ଗଞ୍ଜେଇ ବୋଝେଇ ପିକ୍‌ଅପ୍‌ ବୋଲେରୋ (ଓଡି୦୫ବିଏ୭୮୮୭) ଜବତ ହୋଇଛି। ଜବତ ଗଞ୍ଜେଇର ପରିମାଣ ୧୪୫ କିଲୋ, ଯାହାର ବଜାର ମୂଲ୍ୟ ଦେଢ଼ କୋଟିରୁ ଊର୍ଦ୍ଧ୍ବ ହେବ। ତେବେ କେଉଁ ଦୁର୍ବୃତ୍ତ ଏ ଭଳି ବେଆଇନ ଗଞ୍ଜେଇ ଚାଲାଣ କରୁଥିଲେ ସେ ସବୁର ଖୋଳତାଡ କରୁଛି ପୁଲିସ। ଘର ମାଲିକ ଜଣକ ସୀମାଞ୍ଚଳ ସାହୁ ବୋଲି ଜଣା ପଢ଼ିଥିବା ବେଳେ ସେ ଘର ଭଡାରେ ଦେଇଥିବା ଜଣାପଡ଼ିଛି। ତାଙ୍କୁ ଡାକି ଦୁର୍ବୃତ୍ତଙ୍କ ପାଖକୁ ପହଁଚିବା ପାଇଁ ଯୋଜନା କରୁଛି ପୁଲିସ।ତେବେ ତଦନ୍ତ ପରେ ହିଁ ସବୁ କିଛି ସୂଚନା ଦିଆଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe