୮୭ ଏକର ଜମିରେ ଗଂଜେଇ ଚାଷ: ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ ଓ ଅବକାରୀ ବିଭାଗ

Advertisment
୮୭ ଏକର ଜମିରେ ଗଂଜେଇ ଚାଷ: ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ ଓ ଅବକାରୀ ବିଭାଗ

ନନ୍ଦପୁର: ୮୭ ଏକର ଜମିରେ ଗଂଜେଇ ଚାଷ କରାଯାଇଛି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅତଣ୍ଡା ଏବଂ ବନୁର ଗ୍ରାମରେ ଆଜି ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଜଣାଯାଇଛି। ନଷ୍ଟ କରାଯାଇଥିବା ଗଂଜେଇ ଗଛର ମୂଲ୍ୟ ୧୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ନନ୍ଦପୁର ବ୍ଲକ ଅତଣ୍ଡା ଏବଂ ବନୁର ଗ୍ରାମରେ ବ୍ୟାପକ ଗଞ୍ଜେଇ ଚାଷ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଆଜି ଅବକାରୀ ବିଭାଗ ଏବଂ ପୁଲିସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସକାଳ ୭ଟାରେ ଆରମ୍ଭ ହୋଇଥିବା ଏହି ଗଞ୍ଜେଇ ଗଛ ନଷ୍ଟ କାର୍ଯ୍ୟକ୍ରମରେ ନନ୍ଦପୁର ଏସ୍‌.ଡ଼ି.ପି.ଓ ସଞ୍ଜୟ କୁମାର ମହାପାତ୍ର, ଅବକାରୀ ଅତିରିକ୍ତ ଏସ.ପି ଶାନ୍ତି ମାରାଣ୍ଡି, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସ୍ଥାନୀୟ ତହସିଲଦାର ନରସିଂହ ଗାଦବା, ପାଡୁଆ ଥାନା ଅଧିକାରୀ ସରୋଜ କୁମାର ମଲ୍ଲିକ, ଅବକାରୀ ଇନ୍‌ସପେକ୍ଟର ଟି. ଜାନୀ, ବି. ପଣ୍ଡା, ନନ୍ଦପୁର ଅବକାରୀ ଓ.ଆଇ.ସି ଭବାନୀ ଶଙ୍କର ସେଠୀ, ନନ୍ଦପୁର ପୁଲିସ ଥାନାର ସବଇନ୍‌ସପେକ୍ଟର ମାନସ କୁମାର ଭୋଇ ଏବଂ ଡ଼ି.ଭି.ଏଫ୍‌ର ଦୁଇ ସେକ୍ସନ ଫୋର୍ସ ଏହି ଚଢ଼ାଉରେ ସାମିଲ ଥିଲେ।

publive-image

ଅତଣ୍ଡା ଏବଂ ବନୁର ଗ୍ରାମରେ ମୋଟ ୮୭ ଏକରରେ ବେଆଇନ ଚାଷ କରାଯାଇଥିବା ଗଞ୍ଜେଇ ଗଛ ନଷ୍ଟ କରା ଯାଇଥିବା ବେଳେ ପ୍ରାୟ ୧,୨୩,୬୦୦ ଖଣ୍ଡ ଗଛ ଏବଂ ଏହାର ଆନୁମାନିକ ମୂଲ୍ୟ ୧୨ କୋଟି ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖ ଦିନ ମଧ୍ୟ ମାଛକୁଣ୍ଡ ଥାନା ନନ୍ଦପୁର ବ୍ଲକ ଅନ୍ତର୍ଗତ ତାପଗଣ୍ଡା ଗ୍ରାମରେ ୧୫ ଏକର ଏବଂ ଗୋଡିପୁଟ ଗ୍ରାମରେ ୨୫ ଏକର ଚାଷ ଜମିରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ମୋଟ ୪୮୦୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ପ୍ରାୟ ୪ କୋଟି ୮୦ ଲକ୍ଷ ଟଙ୍କା ଆକଳନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe