ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଦରମା ପ୍ରଦାନରେ ଘୋଟାଲା : ଶକ୍ତି ବିଭାଗ ଏବଂ ଓଇଆରସିର ହସ୍ତକ୍ଷେପ ପରେ ଆରମ୍ଭ ହେଲା ତଦନ୍ତ

Advertisment

ରଫାଦଫା କରିବାକୁ ଚେଷ୍ଟା କରି ବିଫଳ ହେଲା ନେସ୍କୋ

ରଫାଦଫା କରିବାକୁ ଚେଷ୍ଟା କରି ବିଫଳ ହେଲା ନେସ୍କୋ

ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଦରମା ପ୍ରଦାନରେ ଘୋଟାଲା : ଶକ୍ତି ବିଭାଗ ଏବଂ ଓଇଆରସିର ହସ୍ତକ୍ଷେପ ପରେ ଆରମ୍ଭ ହେଲା ତଦନ୍ତ

ବାରିପଦା : ମାସକୁ ନେସ୍କୋଠାରୁ ଦରମା ପ୍ରଦାନ କରିବା ବାବଦରେ ଘରୋଇ ସଂସ୍ଥା ନେଉଥିଲା ପ୍ରାୟ ୩୦ଲକ୍ଷ। ମାତ୍ର ଠିକା ବିଦ୍ୟୁତ କର୍ମଚାରୀ କିନ୍ତୁ ପାଉନଥିଲେ ସଠିକ ସମୟରେ ଦରମା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ। ଏନେଇ ବାରିପଦାସ୍ଥିତ କାର୍ଯ୍ୟାଳୟର ଅଧୀକ୍ଷଣ ଯନ୍ତ୍ରୀ(ଏସଇ)ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ଫଳ ମିଳୁନଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଶକ୍ତି ବିଭାଗ ଏବଂ ଓଇଆର୍‌ସିର ହସ୍ତକ୍ଷେପ ପରେ ନେସ୍କୋ ମୁଖ୍ୟ କାର୍ଯ୍ୟାଳୟ, ବାଲେଶ୍ବର ପକ୍ଷରୁ ଆଜି ଆରମ୍ଭ ହୋଇଛି ତଦନ୍ତ।

ବାରିପଦା ନେସ୍କୋ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନସ୍ଥ ଆଦ୍ୟା ଉର୍ଜା ସଲ୍ୟୁସନ୍ସ୍ ପ୍ରାଇଭେଟ୍ ଲିମିଟେଡ୍ ଏଜେନ୍ସୀ ପକ୍ଷରୁ ନିଯୁକ୍ତି ପାଇଥିବା ପ୍ରାୟ ୨୬୩ରୁ ଅଧିକ ଠିକା କର୍ମଚାରୀମାନଙ୍କୁ ଦରମା ପ୍ରଦାନରେ ହୋଇଥିବା ମହାଘୋଟାଲା ଅଭିଯୋଗର ଆଜି ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ତଦନ୍ତ। ଠିକା ନେଇଥିବା ଏଜେନ୍ସୀ ପକ୍ଷରୁ ୩୩/୧୧ କେଭି ସବ୍‌ଷ୍ଟେସନଗୁଡ଼ିକରେ କାର୍ଯ୍ୟରତ ଠିକା ବିଦ୍ୟୁତ୍ କର୍ମଚାରୀମାନଙ୍କୁ ଆର୍ଥିକ, ମାନସିକ ଯନ୍ତ୍ରଣା ଦେବା ସାଙ୍ଗକୁ ସେମାନଙ୍କର ନ୍ୟାର୍ଯ୍ୟ ବକେୟା ଦରମା, ଇପିଏଫ, ଇଏସଆଇ ପ୍ରଦାନରେ ଅନିୟମିତତା ସାଙ୍ଗକୁ କାର୍ଯ୍ୟକରିବା ନିମନ୍ତେ ଆବଶ୍ୟକୀୟ କିଟ୍ ଯୋଗାଇ ନ ଦେବା, ବିଭାଗୀୟ ଅଧିକାରୀମାନଙ୍କ କଥା ନ ଶୁଣିବା ନିମନ୍ତେ ପ୍ରବର୍ତ୍ତାଇବା ଓ କାର୍ଯ୍ୟରୁ ଛଟେଇ କରି ନୂଆ ନିଯୁକ୍ତି ଦେବାର ଧମକ ଦେବା ଆଦି ବିଭିନ୍ନ ପ୍ରକାରର ବିଷୟକୁ ନେଇ ଠିକା କର୍ମଚାରୀମାନେ ଅଧିକ୍ଷଣ ଯନ୍ତ୍ରୀ ଏବଂ ବିଭାଗୀୟ ପଦାଧିକାରୀ ଓ ଅଧିକାରୀମାନଙ୍କର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଠିକା କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ଅଭିଯୋଗ ଉପରେ ତଦନ୍ତ କରାଯାଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମିଳିବା ପରେ ବିଭାଗୀୟ ପଦାଧିକାରୀମାନଙ୍କର ଚେତାପଶିଲା । ଫଳରେ ବିଭାଗର ମୁଖ୍ୟ ଦପ୍ତର ପକ୍ଷରୁ ଆଜି ଏକ ତିନିଜଣିଆ ତଦନ୍ତ କମିଟି ଗଠନ କରାଯାଇ ତାଙ୍କ ଉପରେ ତଦନ୍ତ ଭାର ନ୍ୟସ୍ତ କରାଗଲା ।

publive-image

ଆଜି ଏହି ତଦନ୍ତ କମିଟି ବାରିପଦା ବାଘଡ଼ାରୋଡ଼ସ୍ଥିତ ନେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଠିକା କର୍ମଚାରୀମାନଙ୍କ ନିକଟରୁ ସେମାନଙ୍କ ଆପତ୍ତି ଅଭିଯୋଗକୁ ଗ୍ରହଣ କରି ତା ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଥିବା ଠିକା କର୍ମଚାରୀ ମନୋଜ କୁମାର ମହାନ୍ତ, ଶିବ ଶଙ୍କର ନାୟକ, ହରିହର ମଣ୍ଡଳ, ସୁଧୀର କୁମାର ପାଣି, ହରପ୍ରକାଶ ପାତ୍ର, ଦିପକ କୁମାର ଭୂୟାଁ, ସୁରଜିତ କୁମାର ପଲେଇ ପ୍ରମୁଖ ପ୍ରକାଶ କରିଛନ୍ତି । ତେବେ ଘଟଣା ଉପରେ ଅଧୀକ୍ଷଣ ଯନ୍ତ୍ରୀ କ୍ଷୀରୋଦ ବେହେରା ସବୁ କିଛି ଠିକ୍‌ଠାକ୍ ଥିବା କହିଛନ୍ତି। ମାତ୍ର ପୂର୍ବରୁ ଏହି କର୍ମଚାରୀମାନେ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା କଣ ପାଇଁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା ସେସମ୍ପର୍କରେ କିଛି କହିନାହାନ୍ତି। ଏହି ଘଟଣାରେ ନେସ୍କୋର କିଛି ବରିଷ୍ଠ ଅଧିକାରୀ ଏଜେନ୍ସୀ ସହିତ ସମ୍ପର୍କରେ ରହି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଆଦ୍ୟା ଉର୍ଜା ସଲ୍ୟୁସନ୍ସ୍ ପ୍ରାଇଭେଟ ଲିମିଟେଡ୍ ଏଜେନ୍ସୀ ପ୍ରାୟ ୯ ମାସ ପୂର୍ବେ ନୂଆ ଭାବେ ଦାୟିତ୍ୱ ନେଇଛି । ତେଣୁ ଇପିଏଫ, ଇଏସଆଇ ଆଦିକୁ ରେଗୁଲାରାଜ କରାଇବାରେ ବିଳମ୍ବ ହେଉଛି । ତଦନ୍ତ କମିଟି ଆସି ତଦନ୍ତ ଚଳାଇଛନ୍ତି । ଏଜେନ୍ସୀକୁ ଆମେ ଚୁକ୍ତି ଅନୁସାରେ ଯଥା ସମୟରେ ଅର୍ଥ ଦେଇଥାଉ । ଯଦି କିଛି ଅନିୟମିତା ସାମ୍ନାକୁ ଆସେ ତେବେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe