ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ ଭୁଶୁଡ଼ିବା ଘଟଣା: ଠିକାଦାରଙ୍କୁ ପଚରାଉଚରା କରୁଛି ପୁଲିସ୍

Advertisment

ଅଘଟଣକୁ ନେଇ ବିଜେପି- ବିଜେଡି ମୁହାଁମୁହିଁ

ଅଘଟଣକୁ ନେଇ ବିଜେପି- ବିଜେଡି ମୁହାଁମୁହିଁ

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ ଭୁଶୁଡ଼ିବା ଘଟଣା: ଠିକାଦାରଙ୍କୁ ପଚରାଉଚରା କରୁଛି ପୁଲିସ୍

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ ଭୁଶୁଡ଼ିବା ଘଟଣାରେ ଠିକାଦାର ଦିଲୀପ ଖଟେଇଙ୍କୁ ଅଟକ ରଖାଯାଇଥିବା ଜଣାଯାଇଛି। ପୁଲିସ୍ ତାଙ୍କୁ ପଚରାଉଚରା କରୁଛି। ଦିଲୀପ କନଷ୍ଟ୍ରକସନର ମୁଖ୍ୟ ଦିଲୀପ ଖଟେଇଙ୍କୁ ଅଟକି ରଖି ଡିସିପିଙ୍କ ନେତୃତ୍ୱରେ କମିଶନରେଟ୍ ପୁଲିସ୍ ପଚରାଉଚରା କରୁଥିବା ଜଣାପଡ଼ିଛି ।

ଏହି ଅଘଟଣକୁ ନେଇ ଜୋରଦାର ରାଜନୀତି ଆରମ୍ଭ ହୋଇଯାଇଛି। ବିମାନ ବନ୍ଦର ଛାତ ଭୁଶୁଡ଼ିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସେ କହିଛନ୍ତି ଯେ ଏହି ଘଟଣାକୁ ନେଇ ରାଜନୀତି କରାନଯାଉ । ସମସ୍ତ ଆହତ ଓ ମୃତକଙ୍କୁ କ୍ଷତିପୂରଣ ମିଳୁ ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଅପରପକ୍ଷରେ ବିଜେପି ମୁଖପାତ୍ର ଗୋଲୋକ ମହାପାତ୍ର କହିଛନ୍ତି ଯେ କେଉଁ ବିଜେଡି ସାଂସଦଙ୍କ ସହ ଠିକାଦାର ଦିଲୀପ ଖଟେଇଙ୍କର ସଂପର୍କ ରହିଛି ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ। ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଟର୍ମିନାଲ୍ ୧ ଓ ଟର୍ମିନାଲ୍ ୨କୁ ସଂଯୋଗ କରିବାକୁ ଏକ ଛାତର ନିର୍ମାଣ କାମ ଚାଲିଥିବା ବେଳେ ଗତକାଲି ଏହା ଭୁଶୁଡ଼ି ପଡିଥିଲା। ଭଗ୍ନାବଶେଷ ତଳେ ଚାପି ହୋଇ ରହିଯାଇଥିଲେ ଶ୍ରମିକ । ଦୁର୍ଘଟଣା ସଂପର୍କରେ ଖବର ପାଇ ଓଡ୍ରାଫ, ଅଗ୍ନିଶମ, ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । publive-image
ପ୍ରାୟ ୮୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିଲା । ତିନି ମାସ ହେବ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଗତକାଲି ରାତିରେ ଶ୍ରମିକଙ୍କୁ ଲଗାଇ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଅଚାନକ ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଥିଲେ । ତେବେ ଦୁର୍ଘଟଣା ପରେ ମୁହଁଫୁଟାଣି ଦେଖାଇଥିଲେ ଦିଲୀପ । ସବୁ ଦୋଷ ଶ୍ରମିକଙ୍କର ବୋଲି ସେ କହିଥିଲେ । ଅନ୍ୟପଟେ ତଦନ୍ତ ପରେ କେଉଁ ପରିସ୍ଥିତିରେ ଏତେ ବଡ଼ ଅଘଟଣ ଘଟିଲା ତାହା ଜଣାପଡ଼ିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe