ଠିକାଦାର ସୁରଜ ପାଣିଗ୍ରାହୀ ଗିରଫ

Advertisment
ସେୟାରିଂ ନାଁରେ ଚୂନ, ବନ୍ଧାହେଲେ ବିଲ୍‌ଡର

The Guardian Nigeria

ହୀରାକୁଦ: ହୀରାକୁଦ ଖ୍ରୀଷ୍ଟିଆନପଡ଼ାରେ ରହୁଥିବା ଠିକାଦାର ସୁରଜ ପାଣିଗ୍ରାହୀକୁ ପୁଲିସ ଗିରଫକରି କୋର୍ଟ ଚାଲାଣ କରିଛି। ଖ୍ରୀଷ୍ଟିଆନପଡ଼ା ଉନ୍ନତି ମହିଳା ଏସ୍‌ଏସ୍‌ଜିଠାରୁ ସେ କୁଆଡ଼େ ୪ ଲକ୍ଷ ଟଙ୍କା ଧାର ନେଇଥିଲେ। ହିଣ୍ଡାଲକୋ ଏଫ୍‌ଆର୍‌ପିରେ ଠିକା କାମ କରୁଥିବା ସୁରଜ ଅଳ୍ପଦିନ ମଧ୍ୟରେ ଟଙ୍କା ଫେରସ୍ତ କରିବ‌େ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବହୁ ଦିନ ବିତିବା ପରେ ବି ସେ ଟଙ୍କା ଫେରସ୍ତ କରିନଥିଲେ।

ଏଭଳି ସ୍ଥିତିରେ ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଏସ୍‌ଏସ୍‌ଜି ସଦସ୍ୟମାନେ ଏଫ୍ଆର୍‌ପିର ମାନବ ସମ୍ବଳ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲେ। ଠିକାଦାର ଏଥିରେ ରାଗି ଯାଇ ଏସ୍‌ଏସ୍‌ଜି ସଭାପତିଙ୍କ ଘରକୁ ଯାଇ କବାଟକୁ ଲାତ ମାରିବା ସହ ଗାଳିଗୁଲଜ କରିଥିଲେ। ଏହାପରେ ଏସ୍‌ଏସ୍‌ଜି ସଭାପତି ଠିକାଦାରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ତଦନ୍ତ ପରେ ଠିକାଦାରକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe