ବିଦ୍ୟୁତ ଚୋରି କରି ଠିକା ସଂସ୍ଥା ଗଣିବ ୩ ଲକ୍ଷ ୯୫ ହଜାର ଟଙ୍କାର ତଣ୍ଡ

Advertisment
ବିଦ୍ୟୁତ୍‌ ଚୋରି ଓ ମିଟର୍‌ ଟ୍ୟାମ୍ପରିଂ ଅଭିଯୋଗ: ୫ ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା

www.nigeriaelectricityhub.com

ବୌଦ୍ଧ : ସଂଶୋଧିତ ପରିବହନ ଆଇନ ଉଲଂଘନ କରିଥିବା ଘରୋଇ ବସକୁ ବୌଦ୍ଧ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ  ୭ଲକ୍ଷରୁ ଅଧିକ ଫାଇନ ପକାଇବା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହି ସର୍ବାଧିକ ଫାଇନ ପକାଇବା ଧାରାକୁ ଅପଣେଇଛି ସାଉଥ-କୋ ବୌଦ୍ଧ ଡିଭିଜନ। ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରିଥିବା ଏକ ଠିକା ସଂସ୍ଥାକୁ ବିଦ୍ୟୁତ ବିଭାଗ ପକ୍ଷରୁ  ମୋଟ ୩ ଲକ୍ଷ ୯୫ ହଜାର ଟଙ୍କାର ଜରିମାନା ପକାଯାଇଛି।

ସୂଚନା ଅନୁସାରେ, ହରଭଙ୍ଗା ବ୍ଲକର ରାଧାନଗର ପଞ୍ଚାୟତର ଲାଣ୍ଡିବନ୍ଧ ଆରସେଟି ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ନୂତନ କୋଠା କାମ ଚାଲିଛି। ଉକ୍ତ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥା ଦୀର୍ଘ ଚାରିବର୍ଷ ହେବ ବେଆଇନ ଭାବରେ ବିଦ୍ୟୁତ ନେଇ ତାର କାର୍ଯ୍ୟ କରୁଥିଲା। ଠିକା ସଂସ୍ଥା ବିଦ୍ୟୁତ ଚୋରି କରି ବ୍ୟବହାର କରୁଥିବା ଘଟଣା ସାଉଥ- କୋ ବୌଦ୍ଧ ଡିଭିଜନ ଜାଣିବା ପରେ ବୌଦ୍ଧ ଥାନାରେ ଏକ ଏତଲା ଦିଆଯାଇଥିଲା। ପୁଲିସ ସହଯୋଗରେ ଉକ୍ତ ସ୍ଥାନ ଉପରେ ଚଢାଉ କରି ୩ ଲକ୍ଷ ୯୫ ହଜାର ଟଙ୍କାର ମୋଟା ଫାଇନ ପକାଯାଇଛି ବୋଲି ଉପଖଣ୍ଡିୟ ବିଦ୍ୟୁତ ବଭାଗ ଅଧିକାରୀ ନରେଶ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ପୁଲିସ ପକ୍ଷରୁ ମଧ୍ୟ ଉକ୍ତ ସଂସ୍ଥା ବିରୁଦ୍ଧରେ ଏକ ଷ୍ଟେସନଡାଏରି  ରୁଜୁ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe