ଭୁବନେଶ୍ୱର : ଆର୍କିଟେକଚର୍ ସ୍ନାତକମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କୁ ‘ଏ’ କ୍ଲାସ୍ ଠିକାଦାର ଲାଇସେନ୍ସ ପ୍ରଦାନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ସେମାନେ ବିନା କୌଣସି ଫି’ ଜମା କରି ‘ଏ’ କ୍ଲାସ୍ ଲାଇସେନ୍ସ ପାଇପାରିବେ। ସେମାନେ କୌଣସି କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟାରେ ଇଏମ୍ଡି ଜମା ନକରି ଭାଗ ନେଇପାରିବେ। ଏଗ୍ରିମେଣ୍ଟ ସ୍ୱାକ୍ଷର ସମୟରେ ଆଇଏସ୍ଡି ଜମା କରିବାକୁ ପଡ଼ିବନି। ବିଲ୍ ପାଇବା ସମୟରେ ବି ପରଫରମାନ୍ସ ସିକ୍ୟୁରିଟି ଡିପୋଜିଟ୍ କଟିବନି। ସେହିପରି ଗୋଟିଏ ଆର୍ଥିକ ବର୍ଷରେ ତିନିଟି କାର୍ଯ୍ୟ ଦିଆଯିବ। ଏହାସହ ବିନା ଟେଣ୍ଡରରେ ପ୍ରତିବର୍ଷ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାମ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଆର୍କିଟେକଚର୍ ସ୍ନାତକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି।
ଆର୍କିଟେକଚର୍ ସ୍ନାତକଙ୍କୁ ମିଳିବ ‘ଏ’ କ୍ଲାସ୍ ଠିକାଦାର ଲାଇସେନ୍ସ
Advertisment
Follow Us