ଭୁବନେଶ୍ବର: ୫ଲକ୍ଷ ଟଙ୍କା ତଳକୁ ହେଉଥିବା ଇ-ଟେଣ୍ଡର୍ ଓ ଇ-ଏମ୍ବିକୁ ବାତିଲ କରିବା ଏବଂ ପୂର୍ବରୁ ପ୍ରଚଳିତ ୱାମିସ୍, ଭାଟିସ୍ ପ୍ରକ୍ରିୟାକୁ ପୁନଃପ୍ରଚଳନ କରିବା ଦାବିରେ ଠିକାଦାର ମହାସଂଘ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବାସଭବନ ଘେରାଉ କରିଛି।
ସଂଘ ପକ୍ଷରୁ କୁହାଯାଇଛି ଯେ ୫ଲକ୍ଷ ଟଙ୍କା ତଳକୁ ହେଉଥିବା କାର୍ଯ୍ୟ ଯଥା ମରାମତି, ନବୀକରଣ ଓ ଜରୁରିକାଳୀନ କାର୍ଯ୍ୟରେ ଟେଣ୍ଡର କରାଯିବା ଦ୍ବାରା କିଛି ନିର୍ଦ୍ଦିଷ୍ଟ ଠିକାଦାର ଟେଣ୍ଡର ପାଇବାର ଆଶଙ୍କା ରହିଛି। ଏହାଦ୍ବାରା ରାଜ୍ୟର ହଜାର ହଜାର ଠିକାଦାର କାମ ପାଇବାରୁ ବଞ୍ଚିତ ହେବେ। ରାଜ୍ୟ ସରକାର ନେଇଥିବା ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ନେଇ ସଂଘ ପୂର୍ବରୁ ବାରମ୍ବାର ଅଭିଯୋଗ କରିଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏନେଇ ଆଜି ସଂଘର ୨ଶହରୁ ଅଧିକ ସଦସ୍ୟ ମନ୍ତ୍ରୀଙ୍କ ବାସଭବନ ଘେରକୁ କରିବା ସହ ନାରାବାଜି କରିଥିଲେ। ସଂଘର ଏକ ପ୍ରତିନିଧି ଦଳ ପୁନର୍ବାର ମନ୍ତ୍ରୀଙ୍କୁ ଭେଟି ଦାବି ସମ୍ପର୍କରେ ଅବଗତ କରାଇଥିବା ସୂଚନା ମିଳିଛି।
Follow Us