୭୦ ହଜାର ଠିକା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ଠକିଦେବେ, ନିୟମିତ କରିବା ଆଳରେ ଭଣ୍ଡାଇଲେ କି ସରକାର?

Advertisment

ଠିକା/ଆଉଟ୍‌ସୋର୍ସିଂ ହାତରୁ ନେଇ ଏଜେନ୍ସିକୁ ଧରାଇବା ମସୁଧା

ଠିକା/ଆଉଟ୍‌ସୋର୍ସିଂ ହାତରୁ ନେଇ ଏଜେନ୍ସିକୁ ଧରାଇବା ମସୁଧା

୭୦ ହଜାର ଠିକା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ଠକିଦେବେ, ନିୟମିତ କରିବା ଆଳରେ ଭଣ୍ଡାଇଲେ କି ସରକାର?

ITI Directory

କଟକ : ରାଜ୍ୟ ସରକାର ଏଣିକି ଚୁକ୍ତି ଭିତ୍ତିରେ ବା ଠିକାରେ ଡାଟା ଏଣ୍ଟ୍ରି ଅପରେଟର୍‌(ଡିଇଓ)ମାନଙ୍କୁ ନିଯୁକ୍ତି ଦେବେନାହିଁ। ଏଥିପାଇଁ କୌଣସି ବିଭାଗ ଆଉଟସୋର୍ସିଂ ସଂସ୍ଥା ମାଧ୍ୟମରେ ଠିକା ଡିଇଓ ନିଯୁକ୍ତି ଦେଇପାରିବେ ନାହିଁ। ଏ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ୧୩ ତାରିଖ ଦିନ ଚିଠି (ନଂ-୨୩୫୮୨) କରାଯାଇଛି। ଗତ ମାର୍ଚ୍ଚ ୧୪ ତାରିଖରେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ, ରାଜ୍ୟରେ ଡାଟା ଏଣ୍ଟ୍ରି ଅପରେଟର୍‌ ନିଯୁକ୍ତି ଆଉ ଠିକାରେ ଦିଆଯିବନାହିଁ। ସରକାରଙ୍କ ନିଷ୍ପତ୍ତିକୁ ନେଇ ରାଜ୍ୟରେ ଆଉଟସୋର୍ସିଂ ସଂସ୍ଥାରେ କାମ କରୁଥିବା ପାଖାପାଖି ୭୦ ହଜାର ଡିଇଓମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ସେମାନଙ୍କ ଚାକିରି ଏଣିକି ନିୟମିତ ‌ହୋଇଯିବ ବୋଲି ସେମାନଙ୍କ ଭିତରେ ଏକ ଧାରଣା ତିଆରି କରାଯାଇଛି। ତେବେ, ଏହାପଛରେ ସରକାରଙ୍କର ଭିନ୍ନ ଉଦ୍ଦେଶ୍ୟ ଥିବା କୁହାଯାଉଛି। କିଛି ନିର୍ଦ୍ଦିଷ୍ଟ ସଂସ୍ଥାକୁ ଦୃଷ୍ଟିରେ ରଖି ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ମାସ ୧୪ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକର ବିବରଣୀ ଏ କଥା କହୁଛି।

ବିବରଣୀ‌ରେ ପ୍ରଥମ ବିନ୍ଦୁ ମୁତାବକ, ଏଣିକି କୌଣସି ଡିଇଓଙ୍କୁ ଠିକା ବା ଆଟସୋର୍ସିଂ ସଂସ୍ଥା ମାଧ୍ୟମରେ ନିଯୁକ୍ତି ଦିଆଯାଇପାରିବ ନ‌ାହିଁ। ଦ୍ବିତୀୟ ବିନ୍ଦୁରେ ଉଲ୍ଲେଖ ରହିଛି କି, ଡାଟା ଏଣ୍ଟ୍ରି କିଛି ନିର୍ଦ୍ଦିଷ୍ଟ ଏଜେନ୍ସି ଦ୍ବାରା କରାଯିବ। ସେମାନେ ଆବଶ୍ୟକତା ମୁତାବକ ସ୍ବଚ୍ଛତା ରଖି କାମ କରିବ। ଡାଟା ଏଣ୍ଟ୍ରିରେ ତ୍ରୁଟି କଲେ ସେମାନଙ୍କ ଉପରେ ଜରିମାନା କରାଯିବ। ଅର୍ଥାତ୍‌ ଏହି ପଏଣ୍ଟରୁ ଏହା ସ୍ପଷ୍ଟ ଯେ, ଏଣିକି ଡାଟା ଏଣ୍ଟ୍ରି କାମ କିଛି ନିର୍ଦ୍ଦିଷ୍ଟ ଏଜେନ୍ସି କରିବେ। ‌ଅର୍ଥାତ୍‌ ଯଦି ଏଜେନ୍ସି ଏ କାମ କରିବେ ତେବେ ରାଜ୍ୟରେ ବିଭିନ୍ନ ଠିକା ସଂସ୍ଥା ବା ଆଉଟସୋର୍ସିଂ ସଂସ୍ଥା ଅଧୀନରେ କାମ କରୁଥିବା ୭୦ ହଜାର ଡିଇଓ‌ କେଉଁଠିକି ଯିବେ?‌ ସେମାନଙ୍କ ଚାକିରିର ସ୍ଥାୟିତ୍ବକୁ ନେଇ କୌଣସି ବିବରଣୀ‌ରେ ଉଲ୍ଲେଖ କରାଯାଇ ନାହିଁ। ଏଥିସହିତ ଜି.ଏ ବିଭାଗ ପକ୍ଷରୁ ଏ ନେଇ ଏକ ବିସ୍ତୃତ ଗାଇଡଲାଇନ୍ ପ୍ରସ୍ତୁତ କରାଯିବ। ଅର୍ଥାତ ଏଜେନ୍ସି କିଭଳି କାମ କରି‌ବ, କେମିତି କରିବ, ସେ ନେଇ ଗାଇଡଲାଇନ୍ ପ୍ରସ୍ତୁତ ହେବ। ଏ ବାବଦରେ ରାଜ୍ୟ ସରକାରଙ୍କ ଆଇ.ଟି ବିଭାଗର ସହାୟତା ନିଆଯିବ। ଅର୍ଥାତ୍‌ ସମସ୍ତ ଡାଟା ନିର୍ଦ୍ଦିଷ୍ଟ ସଂସ୍ଥା କିଭଳି ଏଣ୍ଟ୍ରି କରିବ ତାହାପରେ ସ୍ପଷ୍ଟ ହେବ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଏହି ବୈଠକ ବିବରଣୀରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି କି, ଆଉଟ୍‌ସୋର୍ସିଂ ସଂସ୍ଥା/ଠିକା ଅଧୀନରେ କାମ କରୁଥିବା କିଛି ଡିଇଓ ନିଜ ଚାକିରିକୁ ନିୟମିତ କରିବାକୁ ହାଇକୋର୍ଟରୁ ଅର୍ଡର ଆଣିଛନ୍ତି। ତେବେ, ଏହି ଅର୍ଡର୍‌କୁ ଚାଲେଞ୍ଜ କରାଯିବ। ଏଥିପାଇଁ ଗୃହ ବିଭାଗକୁ ନୋଡାଲ୍‌ ଅଫିସର୍‌ ଭାବେ ନିଯୁକ୍ତି ଦିଆଯିବ। ଯଦି ସରକାର ଡିଇଓଙ୍କୁ ନିୟମିତି କରିବାକୁ ନିଷ୍ପତ୍ତି ନେଇଛନ୍ତି, ତେବେ ହାଇକୋର୍ଟଙ୍କ ଅର୍ଡରକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଏହାକୁ ଚାଲେଞ୍ଜ୍ କରିବାକୁ କାହିଁକି ନିଷ୍ପତ୍ତି ନେଲେ? ତାକୁ ନେଇ ସନ୍ଦେହ ଉଠିଛି। ଏପରିକି ଏ ନେଇ ଅର୍ଥ ବିଭାଗ ପୂର୍ବରୁ ଏହି ଅର୍ଡର୍‌କୁ ଚାଲେଞ୍ଜ୍‌ କରିଥିବା ମଧ୍ୟ ଦର୍ଶାଯାଇଛି। ଫଳରେ, ଠିକା/ ଆଉଟ୍‌ସୋର୍ସିଂ ହାତରୁ କାମ କାଢ଼ି ନେଇ କିଛି ନିର୍ଦ୍ଦିଷ୍ଟ ସଂସ୍ଥ‌ାକୁ ଏ କାମଦେବାକୁ ଉଦ୍ୟମ ହେଉଥିବା ଡିଇଓଙ୍କ ମହଲରେ ଆଲୋଚନା ହେଉଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଏବେ ୭୦ ହଜାର ଡିଇଓଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଉଥିବା ନେଇ ସେମାନଙ୍କ ମନରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe