ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଠିକା କର୍ମଚାରୀଙ୍କ ମୃତ୍ୟୁ

Advertisment
ଆଖିଫୁଟା ଗଣହତ୍ୟା ଘଟଣା: ତଥାପି ପୁଲିସ୍ ହାତ ଖାଲି

deccan herald

ଦଶରଥପୁର: ମଙ୍ଗଳପୁର ଥାନା ଅନ୍ତର୍ଗତ ବିରିପଟା ପଞ୍ଚାୟତ ଖରଖରି ଗ୍ରାମର ପତିରି ପଡ଼ିଆରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ବୁଧବାର ଟାଟା ପାୱାର ଠିକା କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ମୃତ କର୍ମଚାରୀ ବିଂଝାରପୁର ଥାନା ଅନ୍ତର୍ଗତ ହଳଦୀଡିହ ଗ୍ରାମର ସୁଧାଂଶୁ ଗୁରୁ(୨୮)।

ବୁଧବାର ରାତିରେ ସୁଧାଂଶୁ ପତିରି ପଡ଼ିଆରେ ଥିବା ମେସିନ୍‌ରେ ଚଢ଼ି କାମ କରୁଥିବା ବ‌େଳେ ବିଦ୍ୟୁତ୍‌ ସରବରାହ ଆସିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ପୁଲିସରେ ଅଭିଯୋଗ ହୋଇ ନଥିବା ବେଳେ ମୃତଦେହ ମଙ୍ଗଳପୁର ଡାକ୍ତରଖାନାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe