ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଦାବି, ଠିକା ଉଚ୍ଛେଦ ସହ ୭ମ ବେତନ ଲାଗୁ କର

Advertisment

India TV

ଭୁବନେଶ୍ବର : ୭ମ ବେତନ ଲାଗୁ କରିବା ଓ ୬ବର୍ଷିଆ ଠିକା ପ୍ରତ୍ୟାହାର କରି ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ପାଇଁ ଦାବି କରିଛି ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ। ମହାସଂଘର ସଭାପତି ବିଜୟ ମଲ୍ଲ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ରାଜ୍ୟର ସମସ୍ତ ବିଭାଗର ଠିକା କର୍ମଚାରୀମାନେ ଦିନ ମଜୁରିଆଙ୍କଠାରୁ ମଧ୍ୟ କମ୍ ଦରମା ପାଉଛନ୍ତି। ଏଥିପାଇଁ ବହୁବାର ଅର୍ଥ ସଚିବ, ଗୃହ ସଚିବଙ୍କୁ ଭେଟି ସଂଘର ଦାବି ସଂପର୍କରେ ଅଗବତ କରାଯାଇଛି। ସର୍ବନିମ୍ନ ମଜୁରି ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ମିଳୁଥିଲେ ହେଁ ୬ବର୍ଷିଆ ଠିକାକୁ ଉଚ୍ଛେଦ କରିବା ସମ୍ଭବ ନୁହେଁ ବୋଲି ଅଧିକାରୀମାନେ ନିଜର ଅସହାୟତା ପ୍ରକାଶ କରୁଛନ୍ତି। ତେଣୁ ରାଜ୍ୟ ସରକାର ଶୀଘ୍ର ଏହା ଉପରେ ବିଚାର ନ କଲେ, ଆଗାମୀ ଦିନରେ ଠିକା କର୍ମଚାରୀମାନେ ସମସ୍ତ ଯୋଜନାରେ ଅସହଯୋଗ କରିବେ ବୋଲି ସଂଘ ନିଷ୍ପତ୍ତି ନେଇଥିବା ଶ୍ରୀ ମଲ୍ଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe