ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା: ଠିକା ଶ୍ରମିକଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

Advertisment
ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ବାପଘର ଲୋକ

DNA India

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆରଏସପି) କ୍ୟାପିଟିଭ ପାୱାର ପ୍ଲାଣ୍ଟ (ସିପିପି -୧)ରେ ଦୁର୍ଘଟଣା ଘଟି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ସେକ୍ଟର-୬ ସୁବାଷପାଲିର ଅମର କୁମାର ପଣ୍ଡା । ଗୁରୁତର ହେଲେ ସୁଶୀଲ କୁମାର ଦେଓଗ୍ରାମ। ଦୁହେଁ ରାଉରକେଲା ଠିକା ସଂସ୍ଥା ଗୋମତି ଏଣ୍ଟରପ୍ରାଇଜେସ ଅଧୀନରେ କାମ କରୁଥିଲେ। ଆଜି ପୂର୍ବାହ୍ନ ପ୍ରାୟ ସାଢେ ଏଗାରଟାରେ ସିପିପି-୧ର ପାଇପ ଲାଇନ ସଫେଇ କରୁଥିଲେ। ହଠାତ ପାଇପ ଲାଇନରେ ବିସ୍ପୋରଣ ଘଟି ଲୁହା ପାଇପ ଖଣ୍ଡ ଦୁହିଁଙ୍କ ଉପରେ ପଡିଥିଲା। ଦୁହିଁକୁ ଗୁରୁତର ଅବସ୍ଥାରେ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅମରଙ୍କର ମୃତ୍ୟୁ ହୋଇଥିଲା। ଖବର ପ୍ରସାରିତ ହେବା ପରେ ବିଭିନ୍ନ ଶ୍ରମିକ ସଂଗଠନ ଆଇଜିଏଚରେ ପହଞ୍ଚି ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତି ପୂରଣ ଓ ଆରଏସପିରେ ନିଯୁକ୍ତି ଦାବି କରିଛନ୍ତି। ବିଭୀଗୀୟ ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe