ଆର୍‌ଏସ୍‌ପିରେ ଦୁର୍ଘଟଣା: ଠିକା ଶ୍ରମିକଙ୍କ ଗୋଡ଼ କଟିଲା

ରାଉରକେଲା ଇସ୍ପାତ କାରଖାନା =ରେ ପୁଣି ଏକ ଦୁର୍ଘଟଣା ଘଟିଛି। କୋକ୍‌ଓଭେନ୍‌ରେ ସଂଘଟିତ ଏହି ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ଗୋଡ଼ କଟିଯାଇଛି। ଗୁରୁତର ଆହତ ଠିକା ଶ୍ରମିକ ହେଉଛନ୍ତି ବିଜୟ ବିଶି। ଶ୍ରୀ ବିଶି ବର୍ତ୍ତମାନ ସହରର ଏକ ବେସରକାରୀ ହସପିଟାଲରେ ଚିକିତ୍ସାଧୀନ।

୧୫ ଘଣ୍ଟା ଉତ୍ପାଦନ ବନ୍ଦ, ଆର୍‌ଏସ୍‌ପିର କ୍ଷତି ୭ କୋଟି 
ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ରେ ପୁଣି ଏକ ଦୁର୍ଘଟଣା ଘଟିଛି। କୋକ୍‌ଓଭେନ୍‌ରେ ସଂଘଟିତ ଏହି ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ଗୋଡ଼ କଟିଯାଇଛି। ଗୁରୁତର ଆହତ ଠିକା ଶ୍ରମିକ ହେଉଛନ୍ତି ବିଜୟ ବିଶି (୪୦)। ଶ୍ରୀ ବିଶି ବର୍ତ୍ତମାନ ସହରର ଏକ ବେସରକାରୀ ହସପିଟାଲରେ ଚିକିତ୍ସାଧୀନ।

କାରାଖାନାର କୋକ୍‌ଓଭେନ୍‌ରେ ୬ ଟି ବ୍ୟାଟେରି ରହିଛି। ଏଥିମଧ୍ୟରୁ ବ୍ୟାଟେରୀ-୨ରେ ରୋଜି ଏଣ୍ଟର୍‌ପ୍ରାଇଜେସ୍‌ ଓ ବ୍ୟାଟେରୀ-୩କୁ ଠିକାସଂସ୍ଥା ‘ଉତ୍କଳ ପ୍ରୋଜେକ୍ଟ୍‌ସ ପ୍ରାଇଭେଟ ଲିମିଟେଡ୍‌’ ଏକାକୀ ପରିଚାଳନା କରୁଛି। ଅବଶିଷ୍ଟ ୪ଟି ବ୍ୟାଟେରୀକୁ ଏକାଧିକ ଠିକାସଂସ୍ଥା ମିଳିତଭାବେ ପରିଚାଳନା କରୁଛନ୍ତି। 

ଗତକାଲି ସି’ ସିଫ୍ଟ୍‌ରେ ଶ୍ରୀ ବିଶି ବ୍ୟାଟେରୀ-୩ରେ କାର୍ଯ୍ୟରତ ଥିଲେ। ପୁସିଂ ଚାଲୁଥିବାବେଳେ ଏକ ଗାଇଡ୍‌ କାର୍‌ ତାଙ୍କର ଦୁଇ ଗୋଡ଼ ଉପରେ ଚଢ଼ିଯାଇଥିଲା। ଫଳରେ ଗୋଟିଏ ଗୋଡ଼ ସଂପୂର୍ଣ୍ଣ କଟିଯାଇଥିବାବେଳେ ଅନ୍ୟ ଗୋଡ଼ଟି ପାଦ ପାଖରୁ କଟିଯାଇଛି। ପ୍ରଥମେ ତାଙ୍କୁ ଇସ୍ପାତ ଜେନେରାଲ ହସପିଟାଲ ଓ ପରେ ଏକ ବେସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe