ବିବାଦୀୟ ଡାକ୍ତରଙ୍କୁ ସ୍ବାସ୍ଥ୍ୟ ବିଭାଗର ପଦୋନ୍ନତି

Advertisment
ମେଡିକାଲ କଲେଜରେ ଯୋଗଦେଲେ ୧୦ ସହକାରୀ ପ୍ରଫେସର

OnlineKhabar English News

ଭୁବନେଶ୍ବର: ରାଜ୍ୟରେ ବହୁଚର୍ଚ୍ଚିତ ଭେଣ୍ଟିଲେଟର ଚୋରି ଘଟଣାରେ ସଂପୃକ୍ତି ଅଭିଯୋଗ ଥିବା ଜଣେ ଡାକ୍ତରଙ୍କୁ ପଦୋନ୍ନତି ମିଳିଛି। ଯଦିଓ ଡାକ୍ତର ଜଣକ ହାଇକୋର୍ଟରୁ ଅନ୍ତରୀଣ ଜାମିନ୍ ପାଇଛନ୍ତି ତଥାପି ତାଙ୍କ ପଦୋନ୍ନତି ସହିତ ନିଯୁକ୍ତିକୁ ନେଇ ସ୍ବାସ୍ଥ୍ୟ ବିଭାଗ ବିବାଦରେ ଛନ୍ଦି ହୋଇପଡ଼ିଛି। ମାମଲା ବିଚାରାଧୀନ ଥିବା ବେଳେ ସଂପୃକ୍ତ ଡାକ୍ତରଙ୍କୁ ବିଭାଗ ପକ୍ଷରୁ ପଦୋନ୍ନତି ଦିଆଯିବାକୁ ନେଇ ପ୍ରଶ୍ନ ଉଠିଛି।

ଗତମାସ ଶେଷ ସପ୍ତାହରେ ଡିଏମ୍‌ଇଟିଙ୍କ ପକ୍ଷରୁ ୨୦ଜଣ ଆସୋସିଏଟ୍‌ ପ୍ରଫେସରଙ୍କୁ ବିଭିନ୍ନ ମେଡିକାଲ କଲେଜରେ ଅବସ୍ଥାପିତ କରାଯାଇଛି। ତହିଁରୁ ୩ଜଣ ଠିକାରେ ନିଯୁକ୍ତ ହୋଇଥିବା ବେଳେ ୧୭ଜଣଙ୍କୁ ଡେପୁଟେସନ୍‌ରେ ବିଭିନ୍ନ ମେଡିକାଲ କଲେଜକୁ ପଠାଯାଇଛି। ଏଥିରେ ଏସ୍‌ସିବିରେ ୪, ବ୍ରହ୍ମପୁରରେ ୭, ବଲାଙ୍ଗୀରରେ ୩, ପୁରୀ, ବାରିପଦା ଓ କ୍ୟାପିଟାଲ ହସ୍ପିଟାଲ ପିଜିଆଇରେ ୨ଜଣ ଲେଖାଏ ନିଯୁକ୍ତ ହୋଇଛନ୍ତି। ତେବେ ଏସ୍‌ସିବିରେ ଠିକାରେ ସହକାରୀ ପ୍ରଫେସର ଭା‌ବେ କାର୍ଯ୍ୟ କରୁଥିବା ଜଣେ ଡାକ୍ତର କରୋନା କାଳରେ ଭେଣ୍ଟିଲେଟର ଚୋରିରେ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା। ପୁଲିସ ଏହି ଘଟଣାରେ ମାମଲା ରୁଜୁ କରିବା ସହିତ ସଂପୃକ୍ତ ଡାକ୍ତରଙ୍କ ଘରୁ ବହୁ ଦାମୀ ସାମଗ୍ରୀ ଜବତ କରିଥିଲା। ଏଥି‌ରେ ଡାକ୍ତରଙ୍କ ୭୦ଲକ୍ଷ ଟଙ୍କାର ଏକ କାର୍ ରହିଥିଲା। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚା ହୋଇଥିଲା। ପରବର୍ତୀ ସମୟରେ ସଂପୃକ୍ତ ଡାକ୍ତର ଜଣକ ହାଇକୋର୍ଟରୁ ଅନ୍ତରୀଣ ଜାମିନ୍ ପାଇବାରେ ସଫଳ ହୋଇଥିଲେ। ହେଲେ ଏହି ଚୋରି ଘଟଣା ଏବେ ବି କୋର୍ଟରେ ବିଚାରାଧୀନ ରହିଛି। ମାତ୍ର ତାଙ୍କୁ ପଦୋନ୍ନତି ଦିଆଯାଇ ଡେପୁଟେସନ୍‌ରେ କ୍ୟାପିଟାଲ ହସ୍ପିଟାଲ ପିଜିଆଇରେ ଅବସ୍ଥାପିତ କରାଯାଇଛି। ଏହି ବିବାଦୀୟ ନିଯୁକ୍ତି ସଂପର୍କରେ ଡିଏମ୍‌ଇଟି ପ୍ରଫେସର ଡା.ରମା ରମଣ ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe