ନୀଳଗିରି: ନୀଳଗିରି ଉପଖଣ୍ଡରେ ଥିବା ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ବର ଶୈବପୀଠ ସରକାରୀ ନିୟମ ଅନୁସାରେ ସକାଳ ୭ଟାରେ ଖୋଲି ଅପରାହ୍ନ ୫ଟାରେ ବନ୍ଦ ହେବା କଥା। ହେଲେ ଏଠାରେ ବ୍ରାହ୍ମଣ ଓ ପୀଠ ପରିଚାଳକମାନଙ୍କ ମନମୁଖି କାମ ଚାଲିଛି! ମୁଖ୍ୟ ଫାଟକ ୫ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ଠାକୁର ଦର୍ଶନ ୪ଟାରୁ ବନ୍ଦ କରିଦିଆଯାଉଛି। ଫଳରେ ଦୂରରୁ ଆସୁଥିବା ଅନେକ ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ ନପାଇ ମନଦୁଃଖରେ ଫେରୁଛନ୍ତି।
ଆଜି ଭଦ୍ରକ ଓ ପଶ୍ଚିମବଙ୍ଗର କିଛି ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଆସିଥିଲେ। ସେମାନେ ଧାଡ଼ିରେ ଛିଡ଼ା ହୋଇଥିଲେ। ତେବେ ୪ଟା ବାଜିଲା ବେଳକୁ ଝାଡୁଦାର ସନାତନ ରାଉତ ବାବାଙ୍କ ଦର୍ଶନ ସ୍ଥଳରେ ଥିବା ଫାଟକକୁ ବନ୍ଦ କରିଦେଇଥିଲେ। କହିଥିଲେ ସମୟ ହୋଇଗଲା, ଆଉ ଠାକୁରଙ୍କ ଦର୍ଶନ ହୋଇପାରିବ ନାହିଁ। ଶ୍ରଦ୍ଧାଳୁମାନେ ନେହୁରା ହେଲେ ମଧ୍ୟ କିଛି ଫଳ ମିଳି ନଥିଲା। ପୂଜକ ପୂର୍ଣ୍ଣଚନ୍ଦ୍ର କର ମଧ୍ୟ କିଛି ଶୁଣି ନଥିଲେ। ଫଳରେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରି ସମୟରେ ଶ୍ରଦ୍ଧାଳୁମାନେ ମନ୍ଦିର ପରିଚାଳକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
Follow Us