ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱକୁ ନେଇ ରାଜ୍ୟ କଂଗ୍ରେସରେ ବିବାଦ

Advertisment
ଆଜି ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି

Times of India

ସମର୍ଥନ ପାଇଁ‌ ସୋନିଆଙ୍କୁ ପ୍ରସ୍ତାବ ଦେବି: ସୁର
ବିଜେପି ପ୍ରାର୍ଥୀଙ୍କୁ ଆମେ କାହିଁକି ସମର୍ଥନ ଦେବୁ: ପିସିସି ସଭାପତି

ଭୁବନେଶ୍ବର : ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀକୁ ନେଇ ଅକଳରେ ପଡ଼ିଛି ରାଜ୍ୟ କଂଗ୍ରେସ। ପୂର୍ବରୁ କଂଗ୍ରେସ ଦଳ ତାଙ୍କୁ ସମର୍ଥନ ଦେବ ନାହିଁ ବୋଲି ସ୍ପଷ୍ଟ କରି ସାରିଛି। ହେଲେ ଆଜି ବିଧାୟକ ସୁରେଶ ରାଉତରାୟ ପାର୍ଟି ଲାଇନ୍‌ରୁ ହଟି ଦ୍ରୌପଦୀଙ୍କୁ ସମର୍ଥନ ସପକ୍ଷରେ ମତ ରଖିଛନ୍ତି। ଯାହାକୁ ନେଇ କଂଗ୍ରେସରେ ହଟଚମଟ ସୃଷ୍ଟି ହୋଇଛି। ତେବେ ଏହା ବିଧାୟକଙ୍କ ବ୍ୟକ୍ତିଗତ ମତ ବୋଲି ଦଳ ପକ୍ଷରୁ କୁହାଯାଇଛି।

publive-image

ପାର୍ଟି ବଡ଼ ନା ମାଟି ଏହାକୁ ନେଇ ରାଜ୍ୟ କଂଗ୍ରେସ ଅଡ଼ୁଆରେ ପଡ଼ିଛି। ସର୍ବଭାରତୀୟ ସ୍ତରରେ କଂଗ୍ରେସ ସମେତ ଅନ୍ୟ ଦଳମାନେ ମିଶି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛନ୍ତି। ଅପରପକ୍ଷରେ ଏନ୍‌ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହେବା ପରେ ରାଜ୍ୟ କଂଗ୍ରେସ କାହାକୁ ଭୋଟ୍ ଦେବ ତାହାକୁ ନେଇ ଜୋରଦାର ଆଲୋଚନା ହେଉଛି। ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ସୁନିଶ୍ଚିତ। ଓଡ଼ିଆ ହିସାବରେ ମୁଁ ବହୁତ ଖୁସି, ଗର୍ବିତ। ତାଙ୍କୁ ଓଡ଼ିଶା ଭବନରେ ଭେଟି ଅଭିନନ୍ଦନ ଜଣାଇ ସାରିଛି। ମୁଁ ଓଡ଼ିଆ ବୋଲି ସିନା ଓଡ଼ିଆ ଝିଅଙ୍କ ପାଇଁ ଗର୍ବିତ, ହେଲେ ମୋ ସୁପ୍ରିମୋ ହେଉଛନ୍ତି ସୋନିଆ ଗାନ୍ଧୀ। ମୁଁ କଂଗ୍ରେସ କ୍ୟାଡର। ତେଣୁ ଦଳ ଯାହା ନାଁ ପ୍ରସ୍ତାବ ଦେବ ତାଙ୍କୁ ହିଁ ଭୋଟ୍ ଦେବୁ। ମୁଁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଉଛି ଯେ ଦ୍ରୌପଦୀଙ୍କୁ ନିର୍ଦ୍ବନ୍ଦରେ ନିର୍ବାଚିତ କରିବା ପାଇଁ ନିଷ୍ପତ୍ତି ନିଅନ୍ତୁ। ଯଦି ଉପରୁ ଅର୍ଡର ଆସିବ ଯଶୱନ୍ତ ସିହ୍ନା ଆମ ପ୍ରାର୍ଥୀ ବୋଲି ମୋ ଭୋଟ ତାଙ୍କୁ ଯିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି।

publive-image Update Odisha

ଅପରପକ୍ଷରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ଏହା ସୁର ରାଉତରାୟଙ୍କ ବ୍ୟକ୍ତିଗତ ମତ। ବିଜେପି ପ୍ରାର୍ଥୀଙ୍କୁ ଆମେ କାହିଁକି ସମର୍ଥନ କରିବୁ। ପୂର୍ବରୁ ନିଷ୍ପତ୍ତି ଜଣାଇ ସାରିଛୁ, ହାଇକମାଣ୍ଡଙ୍କ ନିର୍ଦେଶ ପାଳନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଉଲ୍ଲେଖ ଯେ ଦୁଇଦିନ ତଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ଦଳ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଯେହେତୁ ସେ ଏନ୍‌ଡିଏର ପ୍ରାର୍ଥୀ, ତେଣୁ ବିରୋଧୀ ଦଳଙ୍କ ପକ୍ଷରୁ ଦିଆଯାଇଥିବା ପ୍ରାର୍ଥୀଙ୍କୁ ଦଳ ସମର୍ଥନ କରିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe