ସମ୍ବଲପୁର ବିଜେପିରେ ବିବାଦ: ଦଳ ଛାଡ଼ିଲେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ମଞ୍ଚ ବନ୍ଧା ହେଲାଣି, ନେତା ବଛା ହୋଇନାହାନ୍ତି: ଜନତା ମଇଦାନରେ ଶପଥ ‌ନେବେ ମୁଖ୍ୟମନ୍ତ୍ରୀ

The Hans India

ସମ୍ବଲପୁର: ଆସନ୍ତା ୩ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସୁଛନ୍ତି। ଏହାପୂର୍ବରୁ ଦଳ ମଧ୍ୟରେ ବିବାଦ ସୃଷ୍ଟିହୋଇଛି। ରାଜନୀତି ମଇଦାନରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ ମିଶ୍ରଙ୍କ ଆବିର୍ଭାବ ପରେ ଦଳର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଗତବର୍ଷ ସୁଯୋଗ ମିଳିଲେ ରାଜନୀତିକୁ ଆସିବେ ବୋଲି ଶୁଭଶ୍ରୀ କହିଥିଲେ। ଏବେ ନିର୍ବାଚନ ପୂର୍ବରୁ ଶୁଭଶ୍ରୀ ସମ୍ବଲପୁରରେ ପହଞ୍ଚି ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ଜୟ ନାରାୟଣ ଲମ୍ବା ସମୟ ଧରି ପ୍ରାୟତଃ ରାଜଧାନୀରେ ରହୁଛନ୍ତି। ଫଳରେ, ଶୁଭଶ୍ରୀଙ୍କୁ ଏବେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି। ନିକଟରେ ଏନ୍‌ଏସ୍‌ସିବି କଲେଜରେ ନେତାଜୀ ଜୟନ୍ତୀ, ବୁର୍ଲା ଓ ଭତରାର ଦୁଇଟି କାର୍ଯ୍ୟକ୍ରମରେ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସମ୍ବଲପୁରରେ ତ୍ରିରଙ୍ଗା ଶୋଭାଯାତ୍ରା ଭଳି ଅନେକ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିଲେ।

ଏହିଭଳି ଏକ ସ୍ଥିତିରେ କୌଣସି କଥାକୁ ନେଇ ଶୁଭଶ୍ରୀ ଏବଂ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ବିଶେଷସୂତ୍ରରୁ ଜଣାପଡ଼ିଛି ‌ଯେ, ଗତକାଲି ଶୁଭଶ୍ରୀ ଫୋନ୍‌କରି ଅନ୍ନପୂର୍ଣ୍ଣାଙ୍କୁ ଭେଟିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ମାତ୍ର, ଅନ୍ନପୂର୍ଣ୍ଣା ତାଙ୍କୁ ମନା କରିଦେବା ସହିତ ଅପରାହ୍ନରେ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ‘ବୁଥ୍‌କୁ ଚାଲ ଅଭିଯାନ’ କର୍ମଶାଳାରେ ଭେଟିବାକୁ ପରାମର୍ଶ ଦେଇଥିଲେ। କଥା ସେତିକିରେ ସରିନଥିଲା। ବୈଠକରେ ଉପସ୍ଥିତ ରହି ଶୁଭଶ୍ରୀ ଚାଲିଯିବା ପରେ ଅନ୍ନପୂର୍ଣ୍ଣା ପ୍ରତିକ୍ରିୟା ପ୍ରକାଶ କରିବାର ସହିତ ଆଗକୁ ଏଭଳି ହେଲେ ସେ ନିଜ ପଦରୁ ଇସ୍ତଫା ଦେଇଦେବେ ବୋଲି କର୍ମୀମାନଙ୍କୁ କହିଥିଲେ।

ଏହାର ଗୋଟିଏଦିନ ପରେ ଅର୍ଥାତ୍‌ ଆଜି ଅନ୍ନପୂର୍ଣ୍ଣା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲଙ୍କୁ ଦେଇଥିବା ଇସ୍ତଫାପତ୍ରରେ ସେ ଅବଶ୍ୟ ବିବାଦ ସଂର୍ପକରେ କିଛି ଉଲ୍ଲେଖ କରିନାହାନ୍ତି। ‘ଗତ ୨୪ ବର୍ଷ ହେଲା ସେ ଦଳ ପାଇଁ କାମ କରୁଛନ୍ତି। ଏହି ଅବଧି ମଧ୍ୟରେ ସେ ୪ ଥର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରହିଛନ୍ତି। ଏଣିକି ସେ କେବଳ ନିଜକୁ ଲୋକସେବାରେ ନିୟୋଜିତ ରଖିବେ’ ବୋଲି ଉଲ୍ଲେଖ କରିବା ସହିତ ତାଙ୍କ ଇସ୍ତଫା ଗ୍ରହଣ କରିବାକୁ ଅନ୍ନପୂର୍ଣ୍ଣା ଅନୁରୋଧ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ପଟେଲଙ୍କୁ ପଚାରିବାରୁ ସେ କହିଲେ, ଅନ୍ନପୂର୍ଣ୍ଣା ଜଣେ ପୁରୁଣା କାର୍ଯ୍ୟକର୍ତ୍ତା। ସେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ତାଙ୍କ ଇସ୍ତଫା ସଂପର୍କରେ ଉପର ମହଲ ସହିତ ଆଲୋଚନାକରି ଇସ୍ତଫାପତ୍ର ଫେରାଇନେବା ପାଇଁ ପ୍ରୟାସ କରିବେ ବୋଲି ଶ୍ରୀ ପଟେଲ କହିଛନ୍ତି। ଅନ୍ନପୂର୍ଣ୍ଣାଙ୍କ ଇସ୍ତଫା ବିଜେପିରେ ଲାଗି ରହିଥିବା ଗୋଷ୍ଠୀ ବିବାଦର ପରିଣାମ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଏଥିସହିତ, ରାଜନୀତିରେ ଶୁଭଶ୍ରୀଙ୍କ ପ୍ରବେଶକୁ ବୋଧହୁଏ ସେ ଗ୍ରହଣ କରିପାରୁନଥିବା ସ୍ଥାନୀୟ ରାଜନୈତିକ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe