କୁମୁରାପାଲିରେ ଚର୍ଚ୍ଚ ନିର୍ମାଣ ନେଇ ଉତ୍ତେଜନା   

Advertisment
କୁମୁରାପାଲିରେ ଚର୍ଚ୍ଚ ନିର୍ମାଣ ନେଇ ଉତ୍ତେଜନା   

Sambad English

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଢୋଲପଡ଼ା ପଞ୍ଚାୟତ ଅନ୍ତର୍ଗତ କୁମୁରାପାଲି ଗ୍ରାମରେ ଚର୍ଚ୍ଚ ନିର୍ମାଣକୁ ନେଇ ଉତ୍ତେଜନା ଦେଖାଦେଇଛି। ଅଭିଯୋଗ ଅନୁସାରେ ଗ୍ରାମର ଗାବ୍ରେଲ୍ କୁଲ୍ଲାଙ୍କ ପୂର୍ବ ପୁରୁଷ ଏହି ଜମିକୁ ଅକ୍ତିଆର କରି ଚାଷ କରୁଥିଲେ। ଜମିଟି ୧୨ ଡିସିମିଲ୍ ଥିବା ବେଳେ କାଥିଲି କମିଟିକୁ ତାଙ୍କ ପିତା ନିକୋଦିନ କୁଲ୍ଲା ୪ ଡିସିମିଲ୍ ଦେଇ ଦେଇଥିଲେ। ମାତ୍ର କମିଟି ସମସ୍ତ ଜମିକୁ ଅକ୍ତିଆର କରି ଜୋର୍ ଜବରଦସ୍ତି ସେଠାରେ ଚର୍ଚ୍ଚ ନିର୍ମାଣ କରୁଥିଲେ। ଖବର ପାଇ ଗାବ୍ରେଲ୍ ଓ ପରିବାର ପହଞ୍ଚି ମନା କରିବାରେ ସେଠା ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ମାରି ଦେବାକୁ ଧମକ୍ ଦିଆଯାଇଥିଲା।

ଏ ନେଇ ସେମାନେ କଂସର ଫାଣ୍ଡି ଓ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ କେସ୍‌. ନଂ. ୧୨୧ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ଗ୍ରାବେଲ ଓ ତାଙ୍କ ପରିବାରକୁ ନିକଟସ୍ଥ କୁକୁରାପାଲି ଏବଂ ଝରଝରିଖୋଳ ଚର୍ଚ୍ଚକୁ ଯିବାକୁ ବାରଣ କରାଯାଇଛି। ଅନ୍ୟପଟେ ଥାନାରେ ଅଭିଯୋଗ ସତ୍ତ୍ବେ ଘଟଣା ସ୍ଥଳରେ ଚର୍ଚ୍ଚ ନିର୍ମାଣ ଚାଲିଥିବା ବ​େଳେ ଆପୋସ ସମାଧାନ ନ ହେବା ପର୍ଯ୍ୟନ୍ତ ନିର୍ମାଣ ବନ୍ଦ ରଖିବା ଏବଂ ଉକ୍ତ ସ୍ଥାନକୁ କେହି ନ ଯିବାକୁ ଗ୍ରାବେଲ୍‌ ଦାବି କରିଛନ୍ତି। ଯଦି କୌଣସି ଦୁର୍ଘଟଣା ଘଟେ ତେବେ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସମାଧାନ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe