Advertisment

୫୬୭ ‌ଭେଣ୍ଟିଲେଟର୍‌କୁ ନେଇ ବିବାଦ

Advertisment
୫୬୭ ‌ଭେଣ୍ଟିଲେଟର୍‌କୁ ନେଇ ବିବାଦ

ET HealthWorld

ଭୁବନେଶ୍ବର : ପିଏମ୍‌ କେୟାର ପାଣ୍ଠିରୁ କେନ୍ଦ୍ର ସରକାର ଓଡ଼ିଶାକୁ ୫୬୭ ଭେଣ୍ଟିଲେଟର୍‌ ଦେଇଛନ୍ତି। ତାହାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ଏହି ଭେଣ୍ଟିଲେଟର୍‌ ରାଜ୍ୟ ସରକାର ଲଗାଇ ନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେଡି ୫୬୭ ଭେଣ୍ଟିଲେଟର୍‌ର ହିସାବ ଦେବା ସହ ବିଜେପି ନେତାଙ୍କ ପାଖରେ ତଥ୍ୟ ନାହିଁ ବୋଲି ଜବାବ ଦେଇଛି।

ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଶନିବାର ଟ୍ବିଟ୍‌ କରି କହିଥିଲେ, ସ୍ବାସ୍ଥ୍ୟ ବିଭାଗର ୱେବ୍‌ସାଇଟ୍‌ରେ ଦେଖିବାକୁ ମିଳୁଛି ଯେ ରାଜ୍ୟ ସରକାର ଯେଉଁ କୋଭିଡ୍‌ ହସ୍ପିଟାଲ୍‌ ସବୁ କରିଛନ୍ତି, ସବୁଥରେ ଭେଣ୍ଟିଲେଟର୍‌ ସଂଖ୍ୟା ୨୨୧। କେନ୍ଦ୍ର ସରକାର ପିଏମ୍‌ କେୟାର୍‌ ପାଣ୍ଠିରୁ ୫୬୭ଟି ଭେଣ୍ଟିଲେଟର୍‌ ଓଡ଼ିଶା ସରକାରଙ୍କୁ ଦେଇଥିଲେ, ତାହା କୁଆଡ଼େ ଗଲା ? ରାଜ୍ୟ ସରକାର ଏ ବିଷୟରେ ଲୋକଙ୍କୁ ଅବଗତ କରାନ୍ତୁ। ସେହି ଭେଣ୍ଟିଲେଟର୍‌ କିପରି ତୁରନ୍ତ ବ୍ୟବହାର ହୋଇପାରିବ, ସେ ଦିଗରେ ପଦକ୍ଷେପ ନିଅନ୍ତୁ। କୋଭିଡ୍‌ ସମୟରେ ବଞ୍ଚିବା ପାଇଁ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଭେଣ୍ଟିଲେଟର୍‌। ତେଣୁ ଅଧିକ ଭେଣ୍ଟିଲେଟର୍‌ ଲାଗିଲେ ବହୁ ଜୀବନ ବଞ୍ଚିଯା'ନ୍ତା। ଜବାବରେ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଥିଲେ ଯେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭେଣ୍ଟିଲେଟର୍‌ ସମ୍ପର୍କରେ ଦିଆଯାଇଥିବା ତଥ୍ୟ ନେଇ ଶ୍ରୀ ମହାପାତ୍ର ଅଜ୍ଞ ଅଛନ୍ତି। ସେ ଜାଣିଥିଲେ ହୁଏତ ଏପରି ପ୍ରଶ୍ନ ଉଠାଇ ନ ଥା'ନ୍ତେ। ଏହି ତଥ୍ୟ ସମ୍ପୂର୍ଣ୍ଣ ଭାବେ ୱେବ୍‌ସାଇଟ୍‌ରେ ଦିଆଯାଇଛି। ୫୬୭ ଭେଣ୍ଟିଲେଟର୍‌ କେଉଁଠି କେଉଁଠି ଲଗାଯାଇଛି ତାହାର ହିସାବ ଦିଆଯାଇଛି। ପରବର୍ତ୍ତୀ ସମୟରେ ବିଜେପି ନେତା କୌଣସି ଭିତ୍ତିହୀନ ବିବୃତି ଦେବା ପୂର୍ବରୁ ‌ୱେବ୍‌ସାଇଟ୍‌ରୁ ଏହି ତଥ୍ୟକୁ ଭଲ ଭାବେ ପରଖି ନେବା ଉଚିତ।

୫୬୭ ଭେଣ୍ଟିଲେଟର୍‌ର ହିସାବ ଦେଇ କୁହାଯାଇଛି ଯେ କେନ୍ଦ୍ରରୁ ବିଇଏଲ୍‌ ଭେଣ୍ଟିଲେଟର୍‌ ୪୪୭ ଓ ଏଜିଭିଏ ଭେଣ୍ଟିଲେଟର୍‌ ୧୨୦ଟି ମିଳିଥିଲା। ୪୪୭ ଭେଣ୍ଟିଲେଟର୍‌ ମଧ୍ୟରୁ ୪୩୭ଟି ବିଭିନ୍ନ ହସ୍ପିଟାଲ୍‌ରେ ଲଗାଯାଇଛି ଓ ୧୦ଟିକୁ ଜରୁରୀକାଳୀନ ସ୍ଥିତି ପାଇଁ ରିଜର୍ଭ ରଖାଯାଇଛି। ଲଗାଯାଇଥିବା ୪୩୭ ଭେଣ୍ଟିଲେଟର୍‌ ମଧ୍ୟରୁ ୩୭୨ କାର୍ଯ୍ୟକ୍ଷମ ଅଛି ଓ ୧୮ଟି ଖରାପ ଅଛି। ଆଉ ୪୭ଟି ପାଇଁ ବିଭିନ୍ନ ଯନ୍ତ୍ରପାତି ଆବଶ୍ୟକ ଅଛି ଓ ତାହାକୁ କମ୍ପାନି ପକ୍ଷରୁ ପଠାଯାଉଛି। ୧୨୦ ଏଜିଭିଏ ଭେଣ୍ଟିଲେଟର୍ ମଧ୍ୟରୁ ୧୦୮ଟି ବିଭିନ୍ନ ହସ୍ପିଟାଲ୍‌ରେ ଲଗାଯାଇଛି ଓ ୧୨ଟି ରିଜର୍ଭ ରଖାଯାଇଛି। ଲଗାଯାଇଥିବା ୧୦୮ଟି ଭେଣ୍ଟିଲେଟର୍‌ ମଧ୍ୟରୁ ୧୦୦ଟି କାର୍ଯ୍ୟକ୍ଷମ ଅଛି ଓ ଆଉ ୮ଟିର ବିଭିନ୍ନ ଯନ୍ତ୍ରପାତି କମ୍ପାନି ପକ୍ଷରୁ ପଠାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe