ବିବାଦ: ୨ କିନ୍ନର ଗୋଷ୍ଠୀଙ୍କ ଥାନା ଆଗରେ ହଙ୍ଗାମା

Advertisment
ବିବାଦ: ୨ କିନ୍ନର ଗୋଷ୍ଠୀଙ୍କ ଥାନା ଆଗରେ ହଙ୍ଗାମା

ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ବିବାଦରୁ ଶନିବାର ରାତିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ୨ ଗୋଷ୍ଠୀର କିନ୍ନର ମୁଖିଆମାନେ ଭଦ୍ରକ ଟାଉନ୍ ଥାନାକୁ ଆସି ନିଜ ନିଜର ଅଭିଯୋଗ ବାଢ଼ିଛନ୍ତି। ତେବେ କୌଣସି କାରଣୁ ସୃଷ୍ଟ ଏହି ବିବାଦ ଏତେ ଉଗ୍ର ହୋଇଛି ଯେ, ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କିନ୍ନରମାନେ ଆସି ଭଦ୍ରକରେ ଡେରା ପକାଇଛନ୍ତି। ଯାଜପୁରରୁ ଗୋଟିଏ ଗୋଷ୍ଠୀର ପ୍ରାୟ ଦେଢ଼ ଶହ କିନ୍ନର ଚରମ୍ପାରେ ଡେରା ପକାଇଥିବା ବେଳେ ଭଦ୍ରକର ଅନ୍ୟ  ଗୋଟିଏ ଗୋଷ୍ଠୀର  ଦୁଇ ଶହରୁ ଅଧିକ କିନ୍ନର ରାତିରେ ଆସି ଭଦ୍ରକ ଥାନା ଆଗରେ ନ୍ୟାୟ ପାଇଁ ହଂଗାମା କରିଥିବା ଦେଖିବାକୁ ମିଳିଛି। ରାତି ପ୍ରାୟ ସାଢ଼େ ୧୦ଟା ସୁଦ୍ଧା ବିବାଦର ସମାଧାନ ହୋଇପାରି ନଥିବାରୁ କିନ୍ନରଙ୍କ ହୋହଲ୍ଲା ଲାଗି ରହିଛି।

ପୁଲିସ ପକ୍ଷରୁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ପୁଲିସ ପକ୍ଷରୁ ନ୍ୟାୟ ନମିଳିଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଭଦ୍ରକର କିନ୍ନରମାନେ  ଚେତାବନୀ ଦେଇଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଇ କିନ୍ନରମାନେ ଭଦ୍ରକ ଟାଉନ୍ ଥାନା ଆଗରେ ଏକତ୍ରିତ ହୋଇ ରହିଥିବା ବେଳେ ପୁଲିସ ପକ୍ଷରୁ ସମାଧାନର ସୂତ୍ର ବାହାରି ପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe