ମାମଲା ଆସିଲେ ଆପୋସ ସମାଧାନ ପାଇଁ ଉଦ୍ୟମ କରାଯିବ: ମହିଳା କମିସନ

Advertisment

ବିଧାନସଭାରେ ଉଠିବ ଅନୁଭବ-ବର୍ଷା ବିବାଦ, ଅନୁଭବଙ୍କ ଇସ୍ତଫା ଦାବି କଲା କଳିଙ୍ଗସେନା

ବିଧାନସଭାରେ ଉଠିବ ଅନୁଭବ-ବର୍ଷା ବିବାଦ, ଅନୁଭବଙ୍କ ଇସ୍ତଫା ଦାବି କଲା କଳିଙ୍ଗସେନା

ପୁଣି ଏକ ଭିଡିଓ ମାଧ୍ୟମରେ ଛାଡ଼ପତ୍ର ସ୍ବୀକାର କରିବାକୁ ପତ୍ନୀଙ୍କ ନିକଟରେ ଅପିଲ୍‌ କଲେ ସାଂସଦ ଅନୁଭବ ମହାନ୍ତି

The News Room

ଭୁବନେଶ୍ବର : ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦ ଆଗାମୀ ଦିନରେ ରାଜନୈତିକ ପ୍ରସଙ୍ଗ ହେବାକୁ ଯାଉଛି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା'କୁ ସମ୍ମାନ କହୁଥିବା କଥା ଏବେ ପ୍ରମାଣ କରନ୍ତୁ। ତାଙ୍କ ସାଂସଦଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରି ଉଦାହରଣ ସୃଷ୍ଟି କରନ୍ତୁ। ନ ହେଲେ ଆଗକୁ ଆନ୍ଦୋଳନ ହେବ। ବିଧାନସଭାର ଆସନ୍ତା ମୌସୁମୀ ଅଧିବେଶନରେ ଏ ନେଇ ଗୃହରେ ହଙ୍ଗାମା ହେବ ବୋଲି ଶ୍ରୀ ବାହିନୀପତି କହିଛନ୍ତି।

ଅନ୍ୟପକ୍ଷରେ ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ ସାଂସଦ ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବି କରିଛି କଳିଙ୍ଗ ସେନା। ସେପଟେ ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି ଉଭୟଙ୍କ ବିଚ୍ଛେଦ ମାମଲା ଏବେ କୋର୍ଟର ବିଚାରଧୀନ ଅଛି। ଯଦି ମାମଲା ପ୍ରତ୍ୟାହାର କରି ମହିଳା କମିସନଙ୍କ ପାଖକୁ ଆସେ ତାହେଲେ ଆପୋଷ ସମାଧାନ ପାଇଁ ଉଦ୍ୟମ କରାଯିବ।

କଳିଙ୍ଗ ସେନା ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ କରାଯାଇ ଶ୍ରୀ ମହାନ୍ତିଙ୍କୁ ବିଜେଡିରୁ ବହିଷ୍କାର କରାଯିବା ସହ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେବାକୁ ଦାବି ହୋଇଛି। ସେନା ସାଧାରଣ ସମ୍ପାଦକ ସ୍ବାତୀଶ ରଞ୍ଜନ ସାହୁ କହିଛନ୍ତି, ସାଂସଦଙ୍କ ପତ୍ନୀ ନିର୍ଯ୍ୟାତନା ନେଇ ଅଦାଲତରେ ଯେଉଁସବୁ ଅଭିଯୋଗ ଆଣିଛନ୍ତି, ତାପରେ ଶ୍ରୀ ମହାନ୍ତିଙ୍କର ଆଉ ଗୋଟିଏ ମୁହୂର୍ତ୍ତ ସାଂସଦ ପଦରେ ରହିବା ଉଚିତ୍‌ ନୁହେଁ। ମା’କୁ ସମ୍ମାନ କଥା କହୁଥିବା ମୁଖ୍ୟମନ୍ତ୍ରୀ ମଧ୍ୟ ଶ୍ରୀ ମହାନ୍ତିଙ୍କୁ ଆଉ ନିଜ ଦଳରେ ରଖିବା ଠିକ୍‌ ନୁହେଁ। ଅତୀତରେ ବୋହୁ ନିର୍ଯ୍ୟାତନା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ବିରୋଧରେ ବିଜେଡି କଠୋର ପଦକ୍ଷେପ ଗ୍ରହଣ କରିଥିବା ନଜିର ରହିଛି । ଏହା ପୂର୍ବରୁ ଅନୁଭବଙ୍କ ବିରୋଧରେ ଜଣେ ମହିଳା ସାମ୍ବାଦିକା ଅଭିଯୋଗ ଆଣିଥିଲେ ବି ସେତେବେଳେ ସରକାର ଚୁପ୍‌ ରହିଥିଲେ। ଯଦି ବିଜେଡି ତାଙ୍କୁ ଘଣ୍ଟ ଘୋଡାଇବ ତାହେଲେ ଆଗାମୀ ଦିନରେ କଳିଙ୍ଗସେନା ଏହା ବିରୋଧରେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ସାହୁ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦଳର ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ମହାନ୍ତି ଓ ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି, ଅନୁଭବ ଓ ବର୍ଷାଙ୍କ କନ୍ଦଳ ଅତ୍ୟନ୍ତ ଦୁଃଖ କଥା। ଶ୍ରୀ ମହାନ୍ତି ଲୋକସଭା ସାଂସଦ ଅଛନ୍ତି। ଲୋକମାନେ ତାଙ୍କୁ ଆଦର୍ଶ ଭାବେ ଗ୍ରହଣ କରନ୍ତି। ମହିଳା କମିସନ ଏକ କ୍ବାସି ଜୁଡିସିଆଲ୍‌ ସଂସ୍ଥା। ଉପର କୋର୍ଟରେ ମାମଲା ଥିବାରୁ ଏହା ଉପରେ କମିସନ କୌଣସି ପ୍ରକାର ହସ୍ତକ୍ଷେପ କରିପାରିବେ ନାହିଁ। ସମାଜରେ ସ୍ବାଭିମାନ ଓ ସମ୍ମାନର ସହ ବଞ୍ଚିବା ନାରୀର ଅଧିକାର। ଉଭୟ ପରସ୍ପରକୁ ସହଯୋଗ କରିବା ଦରକାର। ଆପୋଷ ସମାଧାନ ଆମ ସମସ୍ତଙ୍କର ଦାୟିତ୍ବ। ମାମଲା କୋର୍ଟରୁ ପ୍ରତ୍ୟାହାର କରାଯାଇ ଯଦି କମିସନଙ୍କ ପାଖକୁ ଆସେ, ତାହେଲେ ଉଭୟଙ୍କ ଭିତରେ ଆପୋଷ ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀମତୀ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe