୩ରୁ ୬ ଡିସେମ୍ବର ଗାନ୍ଧୀ ଷ୍ଟାଡିୟମରେ ହେବ କୁଚ ବେହାର ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତା

Advertisment
୩ରୁ ୬ ଡିସେମ୍ବର ଗାନ୍ଧୀ ଷ୍ଟାଡିୟମରେ ହେବ କୁଚ ବେହାର ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତା

ବଲାଙ୍ଗୀର : ଓଡ଼ିଶା କ୍ରିକେଟ ଏସୋସିଏସନ (ଓସିଏ) ଆନୁକୂଲ୍ୟରେ ଜିଲ୍ଲା କ୍ରୀଡ଼ା ସଂସଦ ବଲାଙ୍ଗୀର ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଆସନ୍ତା ୩ରୁ ୬ ଡିସେମ୍ବର ଯାଏ ସର୍ବଭାରତୀୟ ୧୯ ବର୍ଷ ବର୍ଗ କ୍ରିକେଟ୍‌ ପ୍ରତିଯୋଗିତା ‘କୁଚ ବେହାର ଟ୍ରଫି’ ଓଡ଼ିଶା ଓ ବିଦର୍ଭ ମଧ୍ୟରେ ଖେଳ ହେବ। ଏଥିପାଇଁ ଷ୍ଟାଡିୟମ ପରିସରରେ ବୁଧବାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ସଂସଦର ସାଧାରଣ ସଂପାଦକ ହରି ନାରାୟଣ ପୂଜାରୀଙ୍କ ଆବାହକତ୍ୱ ଓ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ପ୍ରତିଯୋଗିତା ଆୟୋଜନ ସମ୍ପର୍କରେ ସୂଚନା ଦିଆଯାଇଥିଲା।

ଏଥିରେ ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ଶତପଥୀ, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତ୍ରୁଘନ ସିଂହ, କୋଷାଧ୍ୟକ୍ଷ ପ୍ରଭାତ ମିଶ୍ର, ଫୁଟ୍‌ବଲ୍‌ ସଂପାଦକ ହେମନ୍ତ ବେହେରା, ବରିଷ୍ଠ ସଭ୍ୟ ସୁଧୀର ଚନ୍ଦ୍ର ପଣ୍ଡା, କ୍ରିକେଟ୍‌ କୋଚ୍‌ ଅରୁଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଯୁଗ୍ମ ସଂପାଦକ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ। ୧ ଓ ୨ ତାରିଖରେ ଉଭୟ ଦଳ ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ୍‌ ଖେଳିବେ। ମ୍ୟାଚ୍‌ ରେଫରି ଭାବେ ଡ. ରୋହିତ ପ୍ରକାଶ, ଅମ୍ପାୟାର ଭାବେ ରାକେଶ ରାଘବନ ଓ ଅନମୋଲ ଶାରଦା ଏବଂ ସ୍ପୋରର୍‌ ଭାବେ ସନ୍ଦୀପ ଜି. ଓ ବିଶ୍ୱଜିତ ମନ୍ଦାନ, ଭିଡିଓ ଏନାଲିଷ୍ଟ ଭାବେ ତାପସ ନାଏକ ଏବଂ ସଂଜୟ କୁମାର ଜେଆର୍ ପ୍ରମୁଖ ଏହି ପ୍ରତିଯୋଗିତାକୁ ପରିଚାଳନା କରିବେ ବୋଲି ସଂପାଦକ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe