ଦରମା ବୃଦ୍ଧି ଦାବିରେ ପାଚିକାଙ୍କ ମେଳି

Advertisment

ଦରମା ବୃଦ୍ଧି ଦାବିରେ ଗର୍ଜିଛି ନିଖିଳ ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ। ଆଜି ଲୋୟର୍‌ ପିଏମ୍‌ଜିଠାରେ ହଜାର ହଜାର ପାଚିକା ଏକାଠି ହୋଇ ପ୍ରତିବାଦ ଜଣାଇଛନ୍ତି। ସଂଘର ଅଭିଯୋଗ ମୁତାବକ, ୨୯ ବର୍ଷ ଧରି ରାଜ୍ୟର ପାଚିକା ମା’ମାନେ ମଧ୍ୟାହ୍ନଭୋଜନ ପ୍ରସ୍ତୁତି ଦାୟିତ୍ବ ତୁଲାଉଛନ୍ତି।

ଦରମା ବୃଦ୍ଧି ଦାବିରେ ଗର୍ଜିଛି ନିଖିଳ ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ। ଆଜି ଲୋୟର୍‌ ପିଏମ୍‌ଜିଠାରେ ହଜାର ହଜାର ପାଚିକା ଏକାଠି ହୋଇ ପ୍ରତିବାଦ ଜଣାଇଛନ୍ତି। ସଂଘର ଅଭିଯୋଗ ମୁତାବକ, ୨୯ ବର୍ଷ ଧରି ରାଜ୍ୟର ପାଚିକା ମା’ମାନେ ମଧ୍ୟାହ୍ନଭୋଜନ ପ୍ରସ୍ତୁତି ଦାୟିତ୍ବ ତୁଲାଉଛନ୍ତି।

jlljgdf

ଭୁବନେଶ୍ବର: ଦରମା ବୃଦ୍ଧି ଦାବିରେ ଗର୍ଜିଛି ନିଖିଳ ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ। ଆଜି ଲୋୟର୍‌ ପିଏମ୍‌ଜିଠାରେ ହଜାର ହଜାର ପାଚିକା ଏକାଠି ହୋଇ ପ୍ରତିବାଦ ଜଣାଇଛନ୍ତି। ସଂଘର ଅଭିଯୋଗ ମୁତାବକ, ୨୯ ବର୍ଷ ଧରି ରାଜ୍ୟର ପାଚିକା ମା’ମାନେ ମଧ୍ୟାହ୍ନଭୋଜନ ପ୍ରସ୍ତୁତି ଦାୟିତ୍ବ ତୁଲାଉଛନ୍ତି। ମଧ୍ୟାହ୍ନଭୋଜନ ଶିକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇଥିବାରୁ ପାଚିକାମାନଙ୍କୁ ମଧ୍ୟ ଗୁରୁତ୍ବ ଦିଆଯିବା ଆବଶ୍ୟକ। ତେବେ ଦରଦାମ୍‌ ବଢ଼ୁଥିବା ସମୟରେ ମାସିକ ୩ହଜାର ଟଙ୍କାରେ ଗୁଜୁରାଣ ମେଣ୍ଟୁନାହିଁ। ଏହି ପରିପ୍ରେକ୍ଷୀରେ ଦୈନିକ ୪୫୨ ଟଙ୍କା ହିସାବରେ ମାସିକ ୧୩୫୬୦ ଟଙ୍କା ପ୍ରଦାନ ପାଇଁ ସଂଘ ଦାବି କରିଛି। ମହାସଂଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ଯାଦବଙ୍କ ନେତୃତ୍ବରେ ଆଜି ପାଚିକାମାନେ ଏକାଠି ହୋଇ ପ୍ରଥମେ ବିଶାଳ ରାଲିରେ ବିଧାନସଭା ଅଭିମୁଖେ ଯାଇଥିଲେ। ଲୋୟର ପିଏମ୍‌ଜିରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସଂଘର ବିଭିନ୍ନ ଦାବି ସମ୍ପର୍କରେ ନାରାବାଜି କରିଥିଲେ। ପାଚିକାମାନଙ୍କୁ ପରିଚୟପତ୍ର, ଦରମା ବୃଦ୍ଧି, ସରକାରଙ୍କୁ ନିଯୁକ୍ତି ବ୍ୟବସ୍ଥା ହସ୍ତାନ୍ତର, ଅବସରକାଳୀନ ଭତ୍ତା, ମାସର ପ୍ରଥମ ସପ୍ତାହରେ ଦରମା, ୧୦ ମାସ ପରିବର୍ତ୍ତେ ୧୨ ମାସର ଦରମା ପ୍ରଦାନ ଆଦି ଦାବି ଉପସ୍ଥାପନ କରାଯାଇଥିଲା। ଅନୁରୂପ ଭାବେ ୨୦୧୮ରୁ ପାଚିକାମାନଙ୍କ ପାଉଣା ୨୦୦୦ ଟଙ୍କା ଘୋଷଣା ସତ୍ତ୍ବେ ୧୪୦୦ ଟଙ୍କା ଦିଆଯାଇଥିଲା। ଏଣୁ ବକେୟା ୩୬୦୦୦ ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ମହାସଂଘ ଦାବି କରିଛି।

ଏ ନେଇ ଆଜି ମହାସଂଘ, ଶିକ୍ଷା ସଚିବଙ୍କୁ ଭେଟି ସମସ୍ତ ଦାବି ସମ୍ପର୍କରେ ଆଲୋଚନା କରିଥିଲା। ସରକାରଙ୍କୁ ଏ ବାବଦରେ ଅବଗତ କରାଯିବା ନେଇ ପ୍ରତିଶ୍ରୁତି ମିଳିଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ବିକ୍ଷୋଭରେ ମହାସଂଘ ପକ୍ଷରୁ ପ୍ରଦୀପ ନାୟକ, ଉପଦେଷ୍ଟା ଜ୍ଞାନେନ୍ଦ୍ର ପଟ୍ଟନାୟକ, ନିରଞ୍ଜନ ପାତ୍ର, ବିମଳ ଦାସ, ଅହଲ୍ୟା ଦାସ, ଦୀପାଞ୍ଜଳି ଯାଦବ, ସୁମିତ୍ରା ରଥ, ସନ୍ଧ୍ୟାରାଣୀ ସ୍ବାଇଁ, ପୂର୍ଣ୍ଣିମା ଷଣ୍ଢ, ବିଜୟ ରଥ, ଜଗନ୍ନାଥ ମୁଦୁଲି, ସୁଭଦ୍ରା ଦାସ, ଗୌରୀ ସ୍ବାଇଁ, ରୁକ୍ମିଣୀ ପାତ୍ର, ଅହଲ୍ୟା ସାହୁ, ଗୋରିମଣି ବଗାଳ, ନନ୍ଦିତା ଦାସ, ପୁଷ୍ପଲତା ବାରିକ, ବନଲତା ଜେନା ଓ ମଞ୍ଜୁଲତା ପଣ୍ଡା ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ଦିନରେ ପ୍ରବଳ ଖରା‌ରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାଜରାସ୍ତାରେ ପାଚିକାମାନେ ରାତି କାଟୁଥିବା ଦେଖିବାକୁ ମିଳିଛି। ସମସ୍ତ ଦାବି ପୂରଣ ପର୍ଯ୍ୟନ୍ତ ସଂଘର ବିକ୍ଷୋଭ ଜାରି ରହିବ ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe