Advertisment

କୁନି ଅପା ଦଳ ପାଇଁ ସଂଘର୍ଷ, ସମର୍ପଣର ଏକ ବେଞ୍ଚ ମାର୍କ ଛାଡ଼ି ଯାଇଛନ୍ତି: ଧର୍ମେନ୍ଦ୍ର

Advertisment

ପୂର୍ବତନ ବିଧାୟିକା ନିବେଦିତା ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା

ପୂର୍ବତନ ବିଧାୟିକା ନିବେଦିତା ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା

କୁନି ଅପା ଦଳ ପାଇଁ ସଂଘର୍ଷ, ସମର୍ପଣର ଏକ ବେଞ୍ଚ ମାର୍କ ଛାଡ଼ି ଯାଇଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ବର: ପୂର୍ବତନ ବିଧାୟିକା ଓ କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ସ୍ୱର୍ଗତ ନିବେଦିତା ପ୍ରଧାନ(କୁନି ଅପା) ଆମ ଦଳ ପାଇଁ ସଂଘର୍ଷ, ସମର୍ପଣ ଓ ପରିଶ୍ରମର ଏକ ବେଞ୍ଚମାର୍କ ଛାଡି ଯାଇଛନ୍ତି। ବୁଧବାର ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି ଏବଂ ନିବେଦିତା ପ୍ରଧାନଙ୍କ ସ୍ମୃତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଥିଲେ ଯେ ସମସ୍ତଙ୍କର ପ୍ରେରଣା ଅଟଳଜୀଙ୍କ ଓଡ଼ିଶା ପ୍ରତି ଦାୟିତ୍ୱ ଓ ଅଭିବ୍ୟକ୍ତିକୁ ଯେଭଳି ଓଡ଼ିଶା ଭୁଲି ପାରିବ ନାହିଁ ସେଭଳି ଦଳ ପ୍ରତି କୁନି ଅପାଙ୍କ ଯୋଗଦାନକୁ କେବେ ଭୁଲିହେବ ନାହିଁ। ତାଙ୍କର ତ୍ୟାଗ, ସମର୍ପଣ, ପରିଶ୍ରମ କାରଣରୁ ଦଳ ଆଜି ଏହି ଜାଗାରେ ପହଞ୍ଚିଛି। ମାଲକାନଗିରି ଭଳି ଅଞ୍ଚଳରେ ମଧ୍ୟ ତାଙ୍କୁ ସମସ୍ତେ ମନେ ପକାନ୍ତି। ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ପାଖରେ ପୁଣ୍ୟ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବା ସହିତ ସ୍ବର୍ଗତ ନିବେଦିତା ପ୍ରଧାନଙ୍କ ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସଭାପତି ମନ‌ମୋହନ ସାମଲ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe