ସମବାୟ ଦୁର୍ନୀତି : ଶୁଣାଣି ୨୯ତାରିଖକୁ ଘୁଞ୍ଚିଲା

Advertisment

press-herald.com

ଭୁବନେଶ୍ବର : ରାଜ୍ୟ ସମବାୟ ବ୍ୟାଙ୍କରେ ହୋଇଥିବା ୬ଶହ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗର ଶୁଣାଣି ଆସନ୍ତା ୨୯ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଆଜି ଅଭିଯୋଗକାରୀମାନେ ଲୋକାୟୁଙ୍କ ୨ଜଣିଆ ଖଣ୍ଡପୀଠଙ୍କ ନିକଟରେ ହାଜର ହୋଇଥିଲେ। ତେବେ ଏହି ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଲୋକାୟୁକ୍ତ ପରବର୍ତୀ ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୨୯ତାରିଖରେ ଶୁଣାଣି ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଲୋକାୟୁକ୍ତଙ୍କ ପକ୍ଷରୁ କୁହାଯାଇଥିବା ଅଭିଯୋଗକାରୀ ପ୍ରଦୀପ ପ୍ରଧାନ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୫ ମସିହାରୁ ରାଜ୍ୟ ସମବାୟ ବ୍ୟାଙ୍କରେ ଚାଲିଥିବା ବ୍ୟାପକ ଦୁର୍ନୀତି ସଂପର୍କରେ ଅନେକ ଅଭିଯୋଗ ହୋଇଥିଲା। ୨୦୧୭ ମସିହାରେ ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ଡା. ଦାମ‌ୋଦର ରାଉତ ବ୍ୟାଙ୍କର ଜାଲିଆତି ନେଇ ତଦନ୍ତ ନିର୍ଦେଶ ଦେଇଥିଲେ। ମାତ୍ର ଏହାର ତଦନ୍ତ ହୋଇ ନଥିଲା କି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇ ନଥିଲା। ଏହି ଘଟଣାରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ, ସଂଯୁକ୍ତା ପାଣିଗ୍ରାହୀ ଓ ଆଇନଜୀବୀ ସୁଧୀର ମହାନ୍ତି ଲୋକାୟୁକ୍ତଙ୍କ ନିକଟରେ ଗତ ୯ ତାରିଖରେ ୨୦ ଫର୍ଦ୍ଦର ଏକ ଅଭିଯୋଗପତ୍ର ଦାଖଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe