ଋଣ ପରିଶୋଧ କରିପାରିଲେନି, କୋପରେଟିଭ୍‌ ଅରବାନ୍‌ ବ୍ୟାଙ୍କ ପକ୍ଷରୁ ସିଲ୍‌ ହେଲା ଘର

Advertisment
ଋଣ ପରିଶୋଧ କରିପାରିଲେନି, କୋପରେଟିଭ୍‌ ଅରବାନ୍‌ ବ୍ୟାଙ୍କ ପକ୍ଷରୁ ସିଲ୍‌ ହେଲା ଘର

ବାଲେଶ୍ବର: ଋଣ ପରିଶୋଧ କରିନପାରିବାରୁ ଆଜି ବାଲେଶ୍ବର କୋପରେଟିଭ୍‌ ଅରବାନ୍‌ ବ୍ୟାଙ୍କ ପକ୍ଷରୁ ସହଦେଖୁଣ୍ଟା ସୁରଜ ହୋଟେଲ ନିକଟସ୍ଥ ହିମାଂଶୁ ମହାନ୍ତିଙ୍କ ଘରକୁ ସିଲ୍‌ କରାଯାଇଛି। ଶ୍ରୀ ମହାନ୍ତିଙ୍କ ଉପରେ ୧୧ ଲକ୍ଷ ୫୦ ହଜାର ଟଙ୍କା ଋଣ ଭାର ରହିଛି। ସୂଚନା ମୁତାବକ, ୨୦୧୫ ମସିହାରେ ଗୃହ ଋଣ ବାବଦକୁ ସେ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ଠିକ୍‌ ସମୟରେ ଋଣ ପରିଶୋଧ କରିପାରିନଥିଲେ। ଫଳରେ ୨୦୧୭ ମସିହାରୁ ଏନ୍‌ପିଏ(ଅଚଳ ପୁଞ୍ଜି) ହୋଇଯାଇଥିଲା।

ପରେ ଏନେଇ ବ୍ୟାଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ତଥାପି ସେ ଋଣ ପରିଶୋଧ କରିପାରିନଥିଲେ। ସରକାରୀ ନିୟମ ଅନୁସାରେ, ଆଜି ତାଙ୍କ ଘରକୁ ସିଲ୍‌ କରାଯାଇଛି। ପରବର୍ତ୍ତୀ ସମୟରେ ତାଙ୍କ ଘର ନିଲାମ୍‌ କରାଯିବ ବ‌ୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସିଲ୍‌ ସମୟରେ ସହଦେଖଖୁଣ୍ଟା ଥାନା ପୁଲିସ କର୍ମଚାରୀ, ଅତିରିକ୍ତ ତହସିଲଦାର, ବ୍ୟାଙ୍କ ଅଫିସର ରାଜୀବକାନ୍ତ ବେହୁରା, ଶଶିଧର ପ୍ରଧାନ, ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe