ସମବାୟ ନିର୍ବାଚନ ବି ଏବେ ନୁହେଁ! ନିଯୁକ୍ତି ପାଇନାହାନ୍ତି ସମବାୟ ନିର୍ବାଚନ କମିସନର, ଫେବ୍ରୁଆରିରେ ସରିବ ପ୍ରାଥମିକ ସମବାୟ ସଂସ୍ଥା କାର୍ଯ୍ୟକାଳ

Advertisment
ଉପନିର୍ବାଚନ ଫଳାଫଳକୁ ନେଇ ତର୍ଜମ‌ା ଆରମ୍ଭ: କାମ ଦେଲାନି ମା’-ପୁଅ ସଂପର୍କ!

timesofindia.indiatimes.com

ଭୁବନେଶ୍ବର : ରାଜ୍ୟର ମାତ୍ର ୧୧ଟିକୁ ଛାଡିଦେଲେ ଅନ୍ୟ ସମସ୍ତ ପୌରସଂସ୍ଥା କାର୍ଯ୍ୟକାଳ େଶଷ ହୋଇସାରିଲେଣି। ଏଯାଏ ନିର୍ବାଚନ ହୋଇପାରିନାହିଁ, ନିକଟ ଭବିଷ୍ୟତରେ ହେବା ସମ୍ଭାବନା ବି କ୍ଷୀଣ। ଏହି ନିର୍ବାଚନ ପ୍ରକ୍ରିୟା ଏବେ ଆଇନର ଜାଲ ଓ ସରକାରଙ୍କ ନିଷ୍ପତ୍ତି ଭିତରେ ଗୁଡେଇ ତୁଡେଇ ହୋଇ ପଡିଛି। ଏହାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଆଲୋଚନା ଜୋର ଧରିଥିବା ବେଳେ ଆହୁରି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲାଣି।

ରାଜ୍ୟ ସମବାୟ ନିର୍ବାଚନ ମଧ୍ୟ ଏବେ ହେବ ନାହିଁ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଜାନୁଆରି ଶେଷ ଓ ଆସନ୍ତା େଫବ୍ରୁଆରି ପ୍ରଥମ ସପ୍ତାହ ମଧ୍ୟରେ ରାଜ୍ୟର ପାଖାପାଖି ୨୭୦୦ ପ୍ରାଥମିକ ସମବାୟ ସମିତିର ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସ୍ବାଭାବିକ ଭାବେ କେନ୍ଦ୍ର ସମବାୟ ସଂସ୍ଥା ଓ ଶୀର୍ଷ ସମବାୟ ସଂସ୍ଥାକୁ ଯେଉଁମାନେ ଏଥିରୁ ନିର୍ବାଚିତ ହୋଇଯାଇଥିବେ, ସେମାନଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଯିବ।

ହେଲେ ଏବେ ସୁଦ୍ଧା ସରକାର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିନାହାନ୍ତି। ନିର୍ବାଚନ ହେବ କଣ, ସମବାୟ ନିର୍ବାଚନ କମିସନ ପଦବି ଖାଲି ପଡିଛି। କୃଷ୍ଣଗୋପାଳ ମହାପାତ୍ର ଅବ୍ୟାହତି ନେବା ପରେ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ଆଉ କେହି ନିଯୁକ୍ତି ପାଇନାହାନ୍ତି। ଏବେ କମିସନ ନିଯୁକ୍ତି ଦେଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ଓ ସମୟସୀମା ମଧ୍ୟରେ ଶେଷ କରିବା ଆଦୌ ସମ୍ଭବ ନୁହେଁ।

ସମବାୟ ସଂସ୍ଥାରେ ବିଜେଡିର ଉପସ୍ଥିତି ୯୦ ପ୍ରତିଶତରୁ ଅଧିକ ରହିଛି। ଦଳର ସମବାୟ ଵିଙ୍ଗ୍ ଅନ୍ୟ ସବୁ ଦଳ ଅପେକ୍ଷା ବେଶ୍ ପ୍ରଭାବୀ। ଏଣୁ ସମବାୟ ନିର୍ବାଚନ ହୋଇପାରିବ ନାହିଁ, ଏକଥା ଜାଣି ବି ବିରୋଧୀ କଂଗ୍ରେସ ଓ ବିଜେପି ଚୁପ୍। ନିର୍ବାଚନ ହେଲେ ବି ସେମାନଙ୍କର ଅସ୍ତିତ୍ବ ରହିବା ସମ୍ଭାବନା କ୍ଷୀଣ। ଏହା ସତ୍ତ୍ବେ କାହିଁକି ଓ କେଉଁ ପରିପ୍ରେକ୍ଷୀରେ ସରକାର ଏ ନିର୍ବାଚନ ଟାଳିଦେବାକୁ ଚାହିଁଲେ, ତାହା ବୁଝାପଡୁନାହିଁ।

ନିୟମ ଅନୁସାରେ, ସମ୍ବିଧାନ ସଂଶୋଧନ ପରେ ଏବେ ସମବାୟ ସଂସ୍ଥାରେ ନିର୍ବାଚିତ ପ୍ରତିନିଧି ରହିବା ବାଧ୍ୟତାମୂଳକ। ପ୍ରାଥମିକ ସମବାୟ ସଂସ୍ଥା, କେନ୍ଦ୍ର ସମବାୟ ସଂସ୍ଥା ଓ ଶୀର୍ଷ ସମବାୟ ସଂସ୍ଥା ଏହିଭଳି ତିନିଥାକିଆ ବ୍ୟବସ୍ଥା ଓଡ଼ିଶାରେ ପ୍ରଚଳିତ ରହିଛି।

ବିଶେଷଜ୍ଞମାନଙ୍କର ମତ ହେଲା, ରାଜ୍ୟ ସରକାରଙ୍କ ପାଖରେ ଦୁଇଟି ବାଟ ରହିଛି। ପ୍ରଥମତଃ, ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଆଉ କିଛି ମାସ ପାଇଁ ସରକାର ବଢାଇ ଦେଇପାରନ୍ତି। କିନ୍ତୁ ଏହା ସମାଲୋଚନା ଲାଗି ଖୋରାକ ଯୋଗାଇପାରେ ଓ ବିଧି ସମ୍ମତ ମଧ୍ୟ ନୁହେଁ। ଦ୍ବିତୀୟତଃ ସରକାର ଚାହିଁଲେ, ୬ମାସ ପର୍ଯ୍ୟନ୍ତ ପ୍ରଶାସକ ନିଯୁକ୍ତି କରିପାରିବେ ଓ ସେ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରିବେ।

ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟ ଅବଧି ଶେଷ ପରେ ସରକାର ଶୀର୍ଷସାତଟି ସଂସ୍ଥାରେ ଉଚ୍ଚ ପଦାଧିକାରୀଙ୍କୁ ନିଯୁକ୍ତି ଦେଇପାରନ୍ତି। ସେହିଭଳି ୧୭ଟି କେନ୍ଦ୍ର ସମବାୟ ସଂସ୍ଥାରେ ଜିଲ୍ଲାପାଳମାନେ ଦାୟିତ୍ବରେ ରହିବା ସମ୍ଭାବନା ଅଧିକ। ଅନ୍ୟ କ୍ଷେତ୍ରରେ ବିଭାଗୀୟ ଅଧିକାରୀମାନେ ତତ୍ତ୍ବାବଧାରକ ଭାବେ କାର୍ଯ୍ୟ କରିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe