ଭୁବନେଶ୍ବର: ସମବାୟ କ୍ଷେତ୍ରକୁ ଏକ ଜୀବନ୍ତ, ପ୍ରଯୁକ୍ତିବିଦ୍ୟା ଆଧାରିତ ଓ ସଦସ୍ୟ କେନ୍ଦ୍ରିକ ପରିସଂସ୍ଥାରେ ପରିଣତ ପାଇଁ ରାଜ୍ୟ ସମବାୟ ନୀତି-୨୦୨୬ ପ୍ରଣୟନ ହୋଇଛି। ରାଜ୍ୟ କ୍ୟାବିନେଟ୍ରେ ଆଜି ଏହାକୁ ଅନୁମୋଦନ ମିଳିଛି। ରାଜ୍ୟର ବରିଷ୍ଠ ସମବାୟବିତ, ଶିକ୍ଷାବିତ ଓ ସାଧାରଣ ଜନତାଙ୍କ ସହ ଆଲୋଚନା ଓ ମତାମତ ଗ୍ରହଣ ପରେ ସରକାର ଏକ ଦୀର୍ଘକାଳୀନ ରୋଡ୍ମ୍ୟାପ ପ୍ରସ୍ତୁତ କରିଛନ୍ତି। କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ସମବାୟ ନୀତି-୨୦୨୫ ଗତବର୍ଷ ଜୁଲାଇରେ ପ୍ରକାଶିତ ହେବା ପରେ ରାଜ୍ୟମାନଙ୍କୁ ସମବାୟ ନୀତି ପ୍ରସ୍ତୁତ ଲାଗି ପରାମର୍ଶ ଦିଆଯାଇଥିଲା। ଏହି ମର୍ମରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ), ବୃହଦାକର ଆଦିବାସୀ ବହୁମୁଖୀ କୃଷି ସମବାୟ ସମିତି(ଲ୍ୟାମ୍ପ୍ସ), ସମବାୟ ବ୍ୟାଙ୍କ, ସମବାୟ ବିପଣନ ଓ ପ୍ରକ୍ରିୟାକରଣ ସମିତି, ଦୁଗ୍ଧ, ଆଦିବାସୀ, ହସ୍ତତନ୍ତ, ମତ୍ସ୍ୟ ଓ ଗୃହ ନିର୍ମାଣ ସମବାୟ ସମିତିକୁ ସଶକ୍ତ କରିବା ହେଉଛି ଏହାର ପ୍ରମୁଖ ଉଦ୍ଦେଶ୍ୟ।
Cricket: ଆଜି ୟୁନିଲାଇଟ୍ କପ୍ ଫାଇନାଲ୍: ବିଜେଇଏମ୍ ବନାମ ଡିଏଭି ଚନ୍ଦ୍ରଶେଖରପୁର
ସମବାୟ ନୀତିର ୭ଟି ସ୍ତମ୍ଭ ରହିଛି। ସମବାୟର ସ୍ବତଃ ଅଭିବୃଦ୍ଧି ପାଇଁ ଏକ ସ୍ଥାୟୀ ଆଇନଗତ, ନିୟାମକ ଓ ଆର୍ଥିକ ଢାଞ୍ଚା ପ୍ରଦାନ କରାଯିବ। ସମବାୟ ଢାଞ୍ଚାର ଆଧୁନିକୀକରଣ ଓ ଏହାକୁ ପେଶାଦାର ଅନୁଷ୍ଠାନେରେ ପରିଣତ କରାଯିବ। ସ୍ବଚ୍ଛତା, ପାରଦର୍ଶିତା, ଦାୟିତ୍ବବୋଧତା ଏବଂ ସୁଶାସନ ସୁନିଶ୍ଚିତ କରିବା, ସଦସ୍ୟଙ୍କ ଅଂଶଗ୍ରହଣ, ଆର୍ଥିକ ଅନ୍ତର୍ଭୁକ୍ତି ଓ ଡିଜିଟାଲ ସେବା ଯୋଗାଣ ବୃଦ୍ଧି କରିବା ଲାଗି ଏଥିରେ ବ୍ୟବସ୍ଥା ରହିଛି। ସେହିପରି କୃଷି, ଋଣ, ମାର୍କେଟିଂ, ପ୍ରକ୍ରିୟାକରଣ, କୃଷି ବ୍ୟବସାୟ ପାଇଁ ପ୍ୟାକ୍ସକୁ ଦକ୍ଷ, ତ୍ବରିତ ଓ ସ୍ବଚ୍ଛ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଏହାଫଳରେ ରାଜ୍ୟର ପୂରପଲ୍ଲୀରେ ସମବାୟ ସଂପ୍ରସାରଣ ସହଜ ହେବ ବୋଲି ରାଜ୍ୟ ସରକାର ଆଶା ପ୍ରକାଶ କରିଛନ୍ତି।
Rangeilunda Airport: ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ହେବ ଡ୍ରୋନ୍ ବିପ୍ଳବ କେନ୍ଦ୍ର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/01/sfhfhshf-2026-02-01-01-10-39.jpg)