ଚୋରା କୋଇଲା ଚାଲାଣ ଉପରେ ପୁଲିସ୍‌ ଚଢ଼ଉ

କୋଇଲା ସହ ୬ ମୋପେଡ୍‌ ଜବତ

ଚୋରା କୋଇଲା ଚାଲାଣ ଉପରେ ପୁଲିସ୍‌ ଚଢ଼ଉ

ବ୍ରଜରାଜନଗର : ଏମସିଏଲ ପରିଚାଳିତ ବ୍ରଜରାଜନଗର ଓ ବେଲପାହାଡ଼ ଖଣି ଅଂଚଳରେ ବ୍ୟାପକ କୋଇଲା ଚୋରା ଚାଲାଣ ନେଇ ବହୁ ଦିନରୁ ଅଭିଯୋଗ ରହିଛି। ଏ ବାବଦରେ ଲଖନପୁର ପୁଲିସ୍‌ ଏକ ରାକେଟ୍‌ର ପର୍ଦାଫାସ୍‌ କରିଛି। ଜାଲ୍‌ ଚାଲାଣ ପ୍ରସ୍ତୁତ କରି କୋଇଲା ଖଣିର ଷ୍ଟାମ୍ପ ମଧ୍ୟ ନକଲ କରି ସେମାନଙ୍କ କାରବାର ଚଳାଇବାରେ ସକ୍ଷମ ହୋଇଥିଲେ। କିଛି ଅସାଧୁ ସୁରକ୍ଷା କର୍ମଚାରୀ ଏବଂ ଅସାଧୁ କର୍ମଚାରୀଙ୍କ ସଂପୃକ୍ତିକୁ ନେଇ ସାଧାରଣରେ ସଂଦେହ ସୃଷ୍ଟି ହୋଇଛି। ସେମାନେ ଚଳାଇଥିବା ରାକେଟ୍‌ରେ ପାର ହେଉଥିବା କୋଇଲା କୁଆଡ଼େ ଯାଉଛି, କିଏ କିଣୁଛି ଏହା ଉପରେ ମଧ୍ୟ ପୁଲିସ୍‌ ଭଲ ଭାବରେ ଅନୁସଂଧାନ କଲେ ପରଦା ପଛ ପଟର ସେହି ବ୍ୟକ୍ତି ବା ସଂସ୍ଥା ସମ୍ମୁଖକୁ ଆସିପାରନ୍ତା ବୋଲି ମତ ପ୍ରକାଶ ପାଇଛି।

publive-imageସାଇକଲ ଓ ମୋପେଡ୍‌ରେ ଚୋରା ଚାଲାଣ ଉପରେ ବ୍ରଜରାଜନଗର ପୁଲିସ୍‌ ଚଢ଼ଉ କରି ୬ଟି ମୋପେଡରେ ପ୍ରାୟ ୬ କୁଇଣ୍ଟାଲ କୋଇଲା ଜବତ କରିଛି। ଦୈନିକ ଏହି କୋଇଲା ଚାଲାଣକାରୀମାନେ ସମଲେଶ୍ୱରୀ ଓ ଲଜକୁରା ଖୋଲାମୁହଁ କୋଇଲା ଖଣିରୁ ସାଇକଲ, ମୋପେଡ୍‌, ବାଇକ୍‌ ତଥା ଚାରିଚକିଆ ଯାନରେ ମଧ୍ୟ ନେଉଥିବା ଦେଖାଯାଏ। ମୁଖ୍ୟତଃ ଇବ ନଦୀ ଆର ପଟକୁ ଏହି କୋଇଲା ବିକ୍ରି ପାଇଁ ନିଆଯାଉଛି। ବହୁ କ୍ଷେତ୍ରରେ ମୋପେଡରେ ନେଉଥିବା କୋଇଲା ଚାଲାଣକାରୀମାନେ ଦୈନିକ ୬-୭ ଟ୍ରିପ୍‌ କୋଇଲା ନେଇଥାନ୍ତି। ଏମାନେ କେତେକ ମଧୁସୂଦନ ଛକ ଦେଇ ରେମଜା ତେଲେନପାଲି ଦେଇ ବରଘାଟକୁ ଯାଉଥିବା ବେଳେ କେତେକ ବିଜୁ ପଟ୍ଟନାୟକ ଛକ ଦେଇ ତେଲେନପାଲି ମଧ୍ୟରେ ଯାଆନ୍ତି। କିଛି ମୋପେଡ ଓପିଏମ କଲୋନି ଦେଇ ଗୋପବନ୍ଧୁ ଛକ, ପାଓ୍ଵାର ହାଉସ ଛକ, କେତେକ ଗାନ୍ଧୀ ଛକ ଦେଇ ଯାଇଥାନ୍ତି। କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଚୋରା ଚାଲାଣ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe