ହଳଧରଙ୍କ ସ୍ୱର ନକଲ କରି ଜୀତେନ୍ଦ୍ରିୟଙ୍କୁ ଗାଳି, ଅଡିଓ ଭାଇରାଲ୍ ପରେ ତୀବ୍ର ପ୍ରତିକ୍ରିୟା

Advertisment
ହଳଧରଙ୍କ ସ୍ୱର ନକଲ କରି ଜୀତେନ୍ଦ୍ରିୟଙ୍କୁ ଗାଳି, ଅଡିଓ ଭାଇରାଲ୍ ପରେ ତୀବ୍ର ପ୍ରତିକ୍ରିୟା

ବରଗଡ଼ : ପଦ୍ମଶ୍ରୀ ଜୀତେନ୍ଦ୍ରିୟ ହରିପାଲଙ୍କୁ ପଦ୍ମଶ୍ରୀ ହଳଧର ନାଗଙ୍କ ସ୍ବର ନକଲ କରି ଜଣେ ବ୍ୟକ୍ତି ଗାଳିଗୁଲଜ କରିବା ସହ ବିଭିନ୍ନ ଆକ୍ଷେପ କରୁଥିବା ଅଡିଓ ଭାଇରାଲ୍‌ ହୋଇଛି। ଏହାକୁ ନେଇ ହଳଧର ନାଗ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅମ୍ବାଭୋନା ଅଂଚଳର କୌଣସି ଯୁବକ ଗତ ୨/୩ ଥର ହେଲା ତାଙ୍କରି ସ୍ବର ଅନୁକରଣ କରି ଏଭଳି ବିବାଦୀୟ ଅଡିଓ ଭାଇରାଲ୍‌ କରୁଥିବା ହଳଧର ଅଭିଯୋଗ କରିଛନ୍ତି। ଜୀତେନ୍ଦ୍ରିୟ ଏବଂ ସେ ଦୁଇ ଭାଈ ଭଳି। ତେଣୁ ସେମାନଙ୍କ ମଧ୍ୟରେ ମତାନ୍ତରର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ହଳଧର ପ୍ରତିକ୍ରିୟା‌ରେ କହିଛନ୍ତି। ଅନ୍ୟପକ୍ଷରେ ରବିବାର ଜୀତେନ୍ଦ୍ରିୟ ଘେଁସ ଯାଇ ହଳଧରଙ୍କୁ ଭେଟିଥିଲେ। ଅଡିଓ ଭାଇରାଲ୍‌ ଘଟଣାକୁ ସେମାନେ ହସି ଉଡ଼ାଇ ଦେଇଥ‌ିଲେ। ଦୁହେଁ ପରସ୍ପରକୁ ଆଲିଙ୍ଗନ କରି ବେଶ୍‌ ହସଖୁସିରେ ସମୟ ବିତାଇଥିବା ଜଣାପଡ଼ିଛି। ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏଭଳି ଅଡିଓ ଭାଇରାଲ କରୁଛି ତା’ର ତଦନ୍ତ ହେବା ଦରକାର ବୋଲି ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe